ରଜ ସଂକ୍ରାନ୍ତିର ପାରମ୍ପରିକ କଥା
ରଜ ସଂକ୍ରାନ୍ତିର ପାରମ୍ପରିକ କଥା
ବାର ମାସେ ତେର
ପରବ ପଡଇ
ଆମ ରାଜ୍ୟ ଉତ୍କଳରେ
ସଂସ୍କୃତି ଆମର
ଅତୀବ ନିଆରା
ପାଳିଥାଉ ମହା ଆଡ଼ମ୍ବରେ
ତା ମଧ୍ୟରୁ ଗୋଟେ
ରଜର ପରବ
ପଡଇ ଆଷାଢ଼ ମାସେ
ପହିଲି ରଜ ଅନ୍ତେ
ମିଥୁନ ସଂକ୍ରାନ୍ତି
ପାଳନ୍ତି ହସ ଉଲ୍ଲାସେ
ଜ୍ୟେଷ୍ଠମାସ ଶେଷ
ପହିଲି ଆଷାଢ଼
ଉତ୍କଳେ ସଂସ୍କୃତି ପର୍ବ
ସ୍ନେହ,ଶ୍ରଦ୍ଧା,ପ୍ରେମ
ଶାନ୍ତି ମୈତ୍ରୀ ଭାଵ
ଓଡ଼ିଆ ଜାତିର ଗର୍ବ
ଓଡ଼ିଆର ଏହି
ସଂସ୍କୃତି ପରବ
ଦ୍ୱିତୀୟେ ରଜ ସଂକ୍ରାନ୍ତି
ସଭିଙ୍କ ଜୀବନେ
ହେଉ ଯେ ମଙ୍ଗଳ
ହସ ଖୁସି ଖେଳ ଶାନ୍ତି
ଭିନ୍ନ ଭିନ୍ନ ସ୍ଥାନେ
ଭିନ୍ନ ଭିନ୍ନ ନାମେ
ପାଳିତ ହୁଏ ଏ ପର୍ବ
ଆସାମେ ଅମ୍ବୁବାଚି
କେରଳେ ଓନମ୍
ଉତ୍କଳେ ରଜର ପର୍ବ
ରଜ ମହୋତ୍ସବ
ଦୋଳିର ଉତ୍ସବ
ଦୋଳି ଆଉ ଶୁଭୁ ନାହିଁ
ସାଙ୍ଗ ସାଥି ମେଳ
ଲୁଡୁଗୋଟି ଖେଳ
କାହିଁ କିଛି ଜମୁ ନାହିଁ
ତାସ୍ କବାଡି ପୁଣି
ବୋହୁଚୋରି ଖେଳ
ସବୁ ତ ଯାଇଛି ହଜି
ଗାଆଁ ବର ଗଛ
ଆମ୍ବ ଓସ୍ତ ଗଛ
ମିଳେନା ଖୋଜିଲେ ଆଜି
ନୀରବି ଯାଇଛି
ସମଗ୍ର ସୃଷ୍ଟିଟା
କରୋନାର ତାଣ୍ଡଵରେ
ସତେକି ଦଇବ
ଦଣ୍ଡ ଦେଉଅଛି
ପ୍ରଳୟ ବିଭୀଷିକା ରୂପେ
ଫିକାଫିକା ଲାଗେ
ରଜମହୋତ୍ସବ
ଖୁସି ନାହିଁ କାହା ମନେ
ପ୍ରତି ମୁହୂର୍ତ୍ତ ଏଠି
ଲାଗେ ବ୍ୟତିବ୍ୟସ୍ତ
ଦୁଃସମ୍ବାଦ କ୍ଷଣେ କ୍ଷଣେ
ଫିକା ଫିକା ଆଜି
ରଜର ପରବ
କରୋନା ସାଜିଛି ଦାଉ
ସଜାଗ ହୁଅ ଆହେ
ମନୁଷ୍ୟ ସମାଜ
ବଞ୍ଚିରହି ଥାଉ ଥାଉ
ଓଡ଼ିଆ ସଂସ୍କୃତି
ମହାନ୍ ସଂସ୍କୃତି
ଧନ୍ୟ ତାର ପର୍ବ ପର୍ବାଣୀ
ଆନନ୍ଦ ଉଲ୍ଲାସ
ସ୍ନେହ ଓ ବିଶ୍ଵାସ
ପ୍ରତି ପର୍ବେ ଦିଏ ଆଣି
