STORYMIRROR

BHABAGRAHI TRIPATHY

Others

3  

BHABAGRAHI TRIPATHY

Others

ରଜ ସଂକ୍ରାନ୍ତିର ପାରମ୍ପରିକ କଥା

ରଜ ସଂକ୍ରାନ୍ତିର ପାରମ୍ପରିକ କଥା

1 min
233

ବାର ମାସେ ତେର 

    ପରବ ପଡଇ

ଆମ ରାଜ୍ୟ ଉତ୍କଳରେ

ସଂସ୍କୃତି ଆମର 

    ଅତୀବ ନିଆରା

ପାଳିଥାଉ ମହା ଆଡ଼ମ୍ବରେ

ତା ମଧ୍ୟରୁ ଗୋଟେ 

   ରଜର ପରବ

ପଡଇ‌ ଆଷାଢ଼ ମାସେ

ପହିଲି ରଜ ଅନ୍ତେ

    ମିଥୁନ ସଂକ୍ରାନ୍ତି 

ପାଳନ୍ତି ହସ ଉଲ୍ଲାସେ 

ଜ୍ୟେଷ୍ଠମାସ ଶେଷ 

    ପହିଲି ଆଷାଢ଼

ଉତ୍କଳେ ସଂସ୍କୃତି ପର୍ବ

ସ୍ନେହ,ଶ୍ରଦ୍ଧା,ପ୍ରେମ

   ଶାନ୍ତି ମୈତ୍ରୀ ଭାଵ

ଓଡ଼ିଆ ଜାତିର ଗର୍ବ 

ଓଡ଼ିଆର ଏହି  

    ସଂସ୍କୃତି ପରବ

ଦ୍ୱିତୀୟେ ରଜ ସଂକ୍ରାନ୍ତି

ସଭିଙ୍କ ଜୀବନେ

    ହେଉ ଯେ ମଙ୍ଗଳ

ହସ ଖୁସି ଖେଳ ଶାନ୍ତି

ଭିନ୍ନ ଭିନ୍ନ ସ୍ଥାନେ 

    ଭିନ୍ନ ଭିନ୍ନ ନାମେ

ପାଳିତ ହୁଏ ଏ ପର୍ବ

ଆସାମେ ଅମ୍ବୁବାଚି

   କେରଳେ ଓନମ୍

ଉତ୍କଳେ ରଜର ପର୍ବ

ରଜ ମହୋତ୍ସବ 

    ଦୋଳିର ଉତ୍ସବ

ଦୋଳି ଆଉ ଶୁଭୁ ନାହିଁ

ସାଙ୍ଗ ସାଥି ମେଳ 

    ଲୁଡୁଗୋଟି ଖେଳ

କାହିଁ କିଛି ଜମୁ ନାହିଁ

ତାସ୍ କବାଡି ପୁଣି

   ବୋହୁଚୋରି ଖେଳ

ସବୁ ତ ଯାଇଛି ହଜି

ଗାଆଁ ବର ଗଛ 

    ଆମ୍ବ ଓସ୍ତ ଗଛ

ମିଳେନା ଖୋଜିଲେ ଆଜି

ନୀରବି ଯାଇଛି  

     ସମଗ୍ର ସୃଷ୍ଟିଟା

କରୋନାର ତାଣ୍ଡଵରେ

ସତେକି ଦଇବ  

    ଦଣ୍ଡ ଦେଉଅଛି

ପ୍ରଳୟ ବିଭୀଷିକା ରୂପେ

ଫିକାଫିକା ଲାଗେ 

    ରଜମହୋତ୍ସବ

ଖୁସି ନାହିଁ କାହା ମନେ

ପ୍ରତି ମୁହୂର୍ତ୍ତ ଏଠି 

   ଲାଗେ ବ୍ୟତିବ୍ୟସ୍ତ 

ଦୁଃସମ୍ବାଦ କ୍ଷଣେ କ୍ଷଣେ 

ଫିକା ଫିକା ଆଜି 

     ରଜର ପରବ

କରୋନା ସାଜିଛି ଦାଉ

ସଜାଗ ହୁଅ ଆହେ 

    ମନୁଷ୍ୟ ସମାଜ

ବଞ୍ଚିରହି ଥାଉ ଥାଉ

ଓଡ଼ିଆ ସଂସ୍କୃତି  

    ମହାନ୍ ସଂସ୍କୃତି

ଧନ୍ୟ ତାର ପର୍ବ ପର୍ବାଣୀ

ଆନନ୍ଦ ଉଲ୍ଲାସ 

    ସ୍ନେହ ଓ ବିଶ୍ଵାସ

ପ୍ରତି ପର୍ବେ ଦିଏ ଆଣି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍