STORYMIRROR

Jyotirmoyee Mohanty

Others

3  

Jyotirmoyee Mohanty

Others

ରଜ ଆସେ ଧିରେ ଧିରେ

ରଜ ଆସେ ଧିରେ ଧିରେ

1 min
523

ରଜ ଆସେ ଧିରେ ଧିରେ

ପହିଲି ଆଷାଢର କୋମଳ ସ୍ପର୍ଶ ନେଇ

ବୈଶାଖର ତପ୍ତଲୁହାବାଡ ଡେଇଁ,

ତା' ସବୁଜ ସ୍ପର୍ଶେ ଜୀବନ୍ତ ପାଲଟନ୍ତି

ଫଟାମାଟି, ଥୁଣ୍ଟାଗଛ, ଲଣ୍ଡାପାହାଡ,

ଦୁବ-ଲତା-ଘାସ।


ରଜ ଆସେ ଧିରେ ଧିରେ 

କୁଆଁରୀ ଆଖିର ପାହାଁନ୍ତି ନିଦରେ

ଆଖିଏ ସପନ ନେଇ

ତା' ପାଦର ଅଳତା ନାଇ

ତା ବେଣୀରେ ଗଜରା ଲମ୍ବାଇ

ରଜ ଦୋଳି ଗୀତର ଲହରେ

କୁଆଁରୀ ମାନଙ୍କ କେତେ ଯେ

ହସ,ଥଟ୍ଟାମଜା କଥାରେ।


ରଜ ଆସେ ଧିରେ ଧିରେ

ଆରିସା,କାକରା, ଖିରି, ପୁରି,

ମଣ୍ଡା ପିଠା ମହକରେ

ଲବଙ୍ଗ ମୁଦଦିଆ ତ୍ରିଭାଙ୍ଗ,

ଚର୍ତୁଭାଙ୍ଗ ପାନ ଖିଲିରେ,

ବନ୍ଧୁମିଳନର ଅବକାଶେ।


ରଜ କେବଳ ଗାଁ ରେ ସୀମିତ ନୁହେଁ

ଠାଏଁ ଠାଏଁ ଶୋଭାପାଏ ବି ସହରରେ

ଏହିପରି କବିତା ଆସରେ

ଉଙ୍କିମାରେ ସାହିତ୍ୟ ପତ୍ରପତ୍ରିକାରେ

ଅନୁପମ ସଂସ୍କୃତିର ସ୍ବର୍ଣାଭ ସ୍ବାକ୍ଷର ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍