STORYMIRROR

ମହାଗାଲୁଆ ସନୁ

Others

2  

ମହାଗାଲୁଆ ସନୁ

Others

ରହସ୍ୟମୟ ପ୍ରେମିକ

ରହସ୍ୟମୟ ପ୍ରେମିକ

1 min
358


ଅତି ପ୍ରିୟ ମଣିଷଟେ କହିଥିଲା ମୋତେ ,

ମୋ ହାତକୁ ଧରି ସେଦିନ ସନ୍ଧ୍ୟାରେ,

ତୁମେ ଏକ ରହସ୍ୟମୟ ବହିଟିଏ,

ବୁଝି ବି ଅବୁଝା ଲାଗ ମୋତେ।।


ସାଦରେ କହିତ ଥିଲି ମୁଁ ହସି,

ଖୋଲା ବହିଟିଏ ମୁହିଁ ପଢି ପାର ତୁମ୍ଭେ,

କିଣିବାକୁ ଭାବିବନି କେବେ ହେଲେ ,

ନେହେଲେ ଜଳନ୍ତା ନିଆଁରେ ଯିବ ଫସି ।।


ତୁମ ପାଇଁ ହୋଇ ରହିବି ମୁଁ ରହସ୍ୟଟେ,

ବୁଝୁ ଥିବା ମୋତେ ଯେତେ ବୁଝିଲେବି,

ଖୋଜୁଥିବ ମୋତେ ଯେତେ ପାଇଲେବି,

ବାସ୍ନାରେ ଧାଏଁ ଯେପରିକସ୍ତୁରୀ ମୃଗଟେ ।।


ଯେତିକି ବୁଝିବ ସେତିକ ରେ ମୁଁ ଆପଣାର,

ଯେବେ ଭୁଲି ଯିବ ହେବି ମୁଁ ପର,

କିନ୍ତୁ ସେମିତି ସେ ରହସ୍ୟକୁ ନେଇ ଚାଲି ଯିବି

କେହି ପଛେ ମୋତେ କରୁ ପର କି ଆପଣାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍