Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Children Stories Classics Children

3  

ବୀରେନ୍ କୁମାର ବେହେରା

Children Stories Classics Children

ରହସ୍ୟମୟ ଏ ଧରା

ରହସ୍ୟମୟ ଏ ଧରା

1 min
188


ଏ ଧରାରେ କେତେ ପଶୁପକ୍ଷୀ ଆଉ,

କେତେ ଜୀବଙ୍କର ବାସ ।

ସବୁ ଜୀବ ମଧ୍ୟେ ମଣିଷ ଯେ ଶ୍ରେଷ୍ଠ , 

ଅନ୍ୟ ଓଠେ ଦିଏ ହସ ।।

ସମୁଦ୍ର ଦୁନିଆ ସବୁଠାରୁ ବଡ,

ତାକୁ ନ ଦେଖିଛି କେହି ।

ବିଚିତ୍ର ଜୀବ ଯେ ଅସଂଖ୍ୟ ସଂଖ୍ୟାରେ,

ସମୁଦ୍ରରେ ଛନ୍ତି ରହି ।।

ବିଶ୍ବ ବ୍ରହ୍ମାଣ୍ଡରେ ତାରା ନକ୍ଷତ୍ର ଯେ, 

ଅଛନ୍ତି ବହୁ ସଂଖ୍ୟାରେ ।

ତେଣୁ ଏ ଜଗତ ଲାଗଇ ବିଚିତ୍ର,

ଅନ୍ୟ କାହା ତୁଳନାରେ ।।

ରହସ୍ୟ ଘେରରେ କେତେ ଯେ ଜିନିଷ ,

ଆଜି ବି ମନକୁ ଛୁଏଁ ।

କି ସୁନ୍ଦର ଅଟେ ଏ ବିଚିତ୍ର ସୃଷ୍ଟି ,

କିଏ ସେ ଗଢିଛି ହାଏ ।।

ଧରାର ସୌନ୍ଦର୍ଯ୍ୟ ନିତି ଦେଖିବାକୁ,

ମନଟା କହୁଛି ପରା ।

ଯେତେ ଦେଖିଲେ ବି ନୂଆ ନୂଆ ଲାଗେ,

ରହସ୍ୟମୟ ଏ ଧରା ।।



Rate this content
Log in