ରହିଥାଏ ମଥାପାତି
ରହିଥାଏ ମଥାପାତି
1 min
1.1K
ଶାସ୍ତ୍ରୀୟ ମାନ୍ୟତା ପାଇଲେ କି ଭାଷା
ବଞ୍ଚିରହେ ବର୍ଷ ମାସ
ଦେବଭାଷା ଏବେ ପଡିଛି ସଂକଟେ
ହୋଇଲାଣି ପରିହାସ।
ସରକାରୀ ଭାବେ ସକଳ କାମରେ
ନ କରିଲେ ବ୍ୟବହାର
ଓଡ଼ିଆ ଭାଷା ବି ଜମା ରହିବନି
ହୋଇଯିବ ବ୍ଯଙ୍ଗସାର।
ଆମେ କୁଳାଙ୍ଗାର ଓଡ଼ିଆ ସନ୍ତାନ
ସବୁ ଭାଷାରେ ତ ଦକ୍ଷ
ନିଜ ଭାଷା ଛାଡି ଅନ୍ୟ ଭାଷା କହି
ଫୁଲାଉ ଆମରି ବକ୍ଷ।
କାନ୍ଦୁ ଆମେ ସିନା କୁମ୍ଭୀର କାନ୍ଦଣା
ନିଜ ମାତୃଭାଷା ପାଇଁ
ଇଂରାଜୀ ପଢୁଆ ଆମ ପିଲା ଛୁଆ
ଦେଖୁଛନ୍ତି ପରା ସାଇଁ ।
ନିଜ କୁଳାଚାର ସଂସ୍କୃତି ସଂସ୍କାର
ଭୁଲିଯାଏ ଯେଉଁ ଜାତି
ଭୀରୁ କାପୁରୁଷ ମଣେ ଏ ଜଗତ
ରହିଥାଏ ମଥା ପାତି।
