STORYMIRROR

Bunee Tripathy

Others

3  

Bunee Tripathy

Others

ରହିଛି ମୁଁ ଚାହିଁ

ରହିଛି ମୁଁ ଚାହିଁ

1 min
119


ହେ ଶିଳ୍ପୀ,

ଭଗ୍ନ ଶିଳାସ୍ତର

କୁଢକୁଢ ପ୍ରସ୍ତରର ସ୍ତୁପ

ଅନେକଙ୍କ ଭିତରେ

ହଜିଯିବାର ସ୍ବପ୍ନ

ମିଶିବାର ଉନ୍ମାଦନା

କାହିଁକି କେଜାଣି

ଏହି ଭଡ୍ନ ଅବୟବରେ

ତୁମକୁ ଖୋଜୁଛି

ମନତଳେ ଅକୁହା ବେଦନା

ଯାହାକୁ ମର୍ମେମର୍ମେ

କରେ ହୃଦୟଙ୍ଗମ

ସେହି ପ୍ରେମର ଜ୍ବାଳାରେ

ଜର୍ଜରିତ ଶିଳ୍ପୀ।


ଉନ୍ମକ୍ତ ବକ୍ଷୋଜ

ଚାହୁଁଛି ତୁମ ସ୍ପର୍ଶ

ଦେହରେ ଭରା ଯୌବନ

ଚାହୁଁଛି କେବଳ

ତୁମ ଆଲିଙ୍ଗନ

ତୁମର ବାହୁବନ୍ଧନରେ

ବାନ୍ଧି ଦିଅମୋତେ

ଭିଡିଧର ତୁମ ଉନ୍ମକ୍ତ ବକ୍ଷରେ

ତୁମର ସେ ତତଲା ନିଶ୍ବାସ

ମୋତେ କରିଦେଉ ଦଗ୍ଧିଭୂତ।

ତୁମ ଅଙ୍ଗରେ ସମିଟି

ଏକ ହୋଇଯିବାର ସ୍ବପ୍ନ

ଦେଖାଇ ତ ଥିଲ

ତୁମର ନିହାଣ ମୁଗୁରରେ

ଗଢିତୋଳିଲ ମୋତେ

ମାର୍ତୁଲର ପ୍ରହାରରେ

ନିଖୁଣ ଭାବରେ

ପ୍ରକାଣ୍ଡ ଶିଳାଖଣ୍ଡରୁ

ଉଦ୍ଧାରିଲ ମୋତେ।

ଆଖିରେ ମୋ ଭରିଦେଲ

କାମନାର ମହାସମୁଦ୍ର

ଯୁଗଯୁଗ ତୁମରି ପ୍ରତିକ୍ଷାର

କାମନାର ଜ୍ବାଳାରେ

ଆଜି ମୁଁ ଖଣ୍ଡବିଖଣ୍ଡିତ।


ହେ ଶିଳ୍ପୀ,

କାହିଁକି ବିରହଜ୍ବାଳାରେ

ମୋତେ ତିଳତିଳ ଜାଳୁଛ

ଫେରିଆସ ଶିଳ୍ପୀ

ମୋ ତନୁରେ ଲଗାଇ ଥିବା

କାମନାର ଅଗ୍ନିକୁ

ନିର୍ବାପିତ କରି

ମୋତେ ନିର୍ବାଣ ଦିଅ

ଆଉ ପାରୁନି........

ଭଗ୍ନ ଶିଳାସ୍ତର ରେ

ମୁଁ ଅଣନିଶ୍ବାସ

ଆସ ଶିଳ୍ପୀ

ଉଦ୍ଧାର ମୋତେ

ଭଗ୍ନ ନଟୀ କହି

ଅବହେଳିତ ହୋଇ ପଡିରହିଛି

ସେହି ବର୍ଷା ବିନ୍ଦୁରେ,

କାକର ଟୋପାରେ,

ଗ୍ରୀଷ୍ମର ରୌଦ୍ରତାପରେ

ହାଡଭଙ୍ଗା ଶୀତରେ

ମୁଁ କେବଳ ଚାହିଁଛି

ତୁମ ପାଦଶବ୍ଦକୁ

କେବେ ତୁମେ

ତୁମ ହାତରେ ସଜାଡିବ

ମୋର ଅସ୍ତବ୍ଯସ୍ତ ଶରୀରକୁ

ପୁରୁଷର ସେହି କାମଅଗ୍ନିରେ

ମୋତେ ଜାଳିଦେବ

ରହିଛି ମୁଁ ଚାହିଁ

ସେହି ମୂହୁର୍ତ୍ତକୁ।


ହେ ଶିଳ୍ପୀ,

ଭଗ୍ନ ଶିଳାସ୍ତର

କୁଢକୁଢ ପ୍ରସ୍ତରର ସ୍ତୁପ

ଅନେକଙ୍କ ଭିତରେ

ହଜିଯିବାର ସ୍ବପ୍ନ

ମିଶିବାର ଉନ୍ମାଦନା

କାହିଁକି କେଜାଣି

ଏହି ଭଡ୍ନ ଅବୟବରେ

ତୁମକୁ ଖୋଜୁଛି

ମନତଳେ ଅକୁହା ବେଦନା

ଯାହାକୁ ମର୍ମେମର୍ମେ

କରେ ହୃଦୟଙ୍ଗମ

ସେହି ପ୍ରେମର ଜ୍ବାଳାରେ

ଜର୍ଜରିତ ଶିଳ୍ପୀ।


ଉନ୍ମକ୍ତ ବକ୍ଷୋଜ

ଚାହୁଁଛି ତୁମ ସ୍ପର୍ଶ

ଦେହରେ ଭରା ଯୌବନ

ଚାହୁଁଛି କେବଳ

ତୁମ ଆଲିଙ୍ଗନ

ତୁମର ବାହୁବନ୍ଧନରେ

ବାନ୍ଧି ଦିଅମୋତେ

ଭିଡିଧର ତୁମ ଉନ୍ମକ୍ତ ବକ୍ଷରେ

ତୁମର ସେ ତତଲା ନିଶ୍ବାସ

ମୋତେ କରିଦେଉ ଦଗ୍ଧିଭୂତ।

ତୁମ ଅଙ୍ଗରେ ସମିଟି

ଏକ ହୋଇଯିବାର ସ୍ବପ୍ନ

ଦେଖାଇ ତ ଥିଲ

ତୁମର ନିହାଣ ମୁଗୁରରେ

ଗଢିତୋଳିଲ ମୋତେ

ମାର୍ତୁଲର ପ୍ରହାରରେ

ନିଖୁଣ ଭାବରେ

ପ୍ରକାଣ୍ଡ ଶିଳାଖଣ୍ଡରୁ

ଉଦ୍ଧାରିଲ ମୋତେ।

ଆଖିରେ ମୋ ଭରିଦେଲ

କାମନାର ମହାସମୁଦ୍ର

ଯୁଗଯୁଗ ତୁମରି ପ୍ରତିକ୍ଷାର

କାମନାର ଜ୍ବାଳାରେ

ଆଜି ମୁଁ ଖଣ୍ଡବିଖଣ୍ଡିତ।


ହେ ଶିଳ୍ପୀ,

କାହିଁକି ବିରହଜ୍ବାଳାରେ

ମୋତେ ତିଳତିଳ ଜାଳୁଛ

ଫେରିଆସ ଶିଳ୍ପୀ

ମୋ ତନୁରେ ଲଗାଇ ଥିବା

କାମନାର ଅଗ୍ନିକୁ

ନିର୍ବାପିତ କରି

ମୋତେ ନିର୍ବାଣ ଦିଅ

ଆଉ ପାରୁନି........

ଭଗ୍ନ ଶିଳାସ୍ତର ରେ

ମୁଁ ଅଣନିଶ୍ବାସ

ଆସ ଶିଳ୍ପୀ

ଉଦ୍ଧାର ମୋତେ

ଭଗ୍ନ ନଟୀ କହି

ଅବହେଳିତ ହୋଇ ପଡିରହିଛି

ସେହି ବର୍ଷା ବିନ୍ଦୁରେ,

କାକର ଟୋପାରେ,

ଗ୍ରୀଷ୍ମର ରୌଦ୍ରତାପରେ

ହାଡଭଙ୍ଗା ଶୀତରେ

ମୁଁ କେବଳ ଚାହିଁଛି

ତୁମ ପାଦଶବ୍ଦକୁ

କେବେ ତୁମେ

ତୁମ ହାତରେ ସଜାଡିବ

ମୋର ଅସ୍ତବ୍ଯସ୍ତ ଶରୀରକୁ

ପୁରୁଷର ସେହି କାମଅଗ୍ନିରେ

ମୋତେ ଜାଳିଦେବ

ରହିଛି ମୁଁ ଚାହିଁ

ସେହି ମୂହୁର୍ତ୍ତକୁ।




Rate this content
Log in