Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUSMITA MISHRA

Fantasy

3  

SUSMITA MISHRA

Fantasy

ରେ ସୁଶୋଭିତା ଗୋଲାପ

ରେ ସୁଶୋଭିତା ଗୋଲାପ

1 min
203



ତୋ ରୂପ ର ମାଧୁର୍ଯ୍ୟତା ,

ତୋ ବାସନା ର ସୁରଭିତା  

ତୋ ହୃଦୟ ର କୋମଳତା,

ତୋ ପରଶ ର ଶୀତଳତା ,

ନୟନ ରେ ଦିଏ ପବିତ୍ରତା, 

ମନ କୁ କରେ ଆନନ୍ଦିତା I 

ତୁ ଥିଲେ ବି ଏତେ କୋମଲିତ,

ତୁ ଥିଲେ ବି ଏତେ ସୁଶୋଭିତ,

କେମିତି ନ ଡରି ନିଜ କୋମଳତା କୁ, 

ଭିଡ଼ି ଯାଉ ବାଆ ବତାସ କୁ, 

ଡରି ନ ଯାଇ ନିଜ ଝରିଯିବାକୁ ,

ଏକା ଲଢ଼ି ଯାଇ ସବୁ ବିପଦ କୁ, 

ସଦା ଉଚ୍ଚ ରଖି ନିଜର ମୁଣ୍ଡକୁ, 

ନିଜ ସମ୍ମାନ ନିଜେ ବଞ୍ଚାଇ ରଖୁ ତୁ !

ତୁ ଅଟୁ କେତେ ଯେ ନିର୍ଭୀକ, 

ଝରିବାରେ ତୋର ନାହିଁ ଭୟ ତ ,

ସେ ପାଇଁ ରେ ସୁଶୋଭିତା ଗୋଲାପ, 

ଜଗତେ ହେଉ ଏତେ ସମ୍ମାନିତ I 

ଧନ୍ୟ ଧନ୍ୟ ତୋ ଜୀବନ ତ ,

ଧନ୍ୟ ଧନ୍ୟ ତୋ ସାହସ ତ ,

ବଞ୍ଚିବାର କଳା ଶିଖାଇବା ସହ ତ,

ସମ୍ମାନରେ ବଞ୍ଚିବାକୁ କରୁ ପ୍ରେରିତ I 

ସେ ପାଇଁ ତୁ ସବୁ ଫୁଲଠାରୁ ଉଚ୍ଚତ,

ସଂସାରେ ହେଉ ଏତେ ସମ୍ମାନୀତ,

ସେ ପାଇଁ ପ୍ରଭୁ ତତେ କରିଛି, 

ଏତେ ସୁରଭିତ ,ଏତେ ସୁଶୋଭିତ,

ରେ ସୁଶୋଭିତା ଗୋଲାପ,ଆଗୋ ଗୋଲାପ I 

ସେ ପାଇଁ ତୋ ପ୍ରତି ସମସ୍ତେ ହୁଅନ୍ତି, 

ଏତେ ଆକର୍ଷିତ ,ଏତେ ମୋହିତ, 

ସେ ପାଇଁ ପ୍ରଭୁ ରଖେ ତତେ ନିଜ ମୁଣ୍ଡେ ତ,

ସେ ପାଇଁ ତତେ ଏତେ ମର୍ଯ୍ୟାଦା ଦିଏ, 

ଏ ଜଗତ, ଏ ଜଗତ ,ଏ ଜଗତ I 


Rate this content
Log in