STORYMIRROR

Kali Kumar

Others

3  

Kali Kumar

Others

ରେ ଶଗଡ଼ିଆ

ରେ ଶଗଡ଼ିଆ

2 mins
466

ସୂର୍ଯ୍ୟ ଗାଁର ପୂର୍ବ ପ୍ରାନ୍ତରରୁ 

ଗଛଲତାର ଗହଳି ଭିତରୁ 

ଅଳସ ଭାଙ୍ଗିବା ପୂର୍ବରୁ

ସେ ଶଗଡ଼ିଆ ତା' ଶଗଡ଼ ଗଡ଼େଇ ଦିଏ

ଗୋବିନ୍ଦପୁର ଗାଁର ସେହି ନାଲି ଗୁଡ଼ି ମାଟି ରାସ୍ତା ଉପରେ 

ହରିପୁର ଷ୍ଟେସନ ଆଡ଼େ, ପାଣିଚିଆ ଅନ୍ଧାର ଭିତରେ ।୧।


ଅଣ ଓସାରିଆ ରାସ୍ତାର ଆନ୍ଧାର ଭିତରୁ ଶୁଭେ

ନିରାଟ ସରଳ ନିଷ୍ପାପ ଶଗଡ଼ିଆର,

ଗୁଣୁ ଗୁଣୁ ଗୀତର ସୁମଧୁର କଣ୍ଠ ସ୍ୱର

ଚକ କରେ କେଏଁ କଟର କେଏଁ କଟର 

ପୁଣି ଶୁଭିଯାଏ କାଳିଆ କସାରର ଘାଗୁଡ଼ି ସ୍ୱର

ବୋହିଚାଲେ ଶଗଡ଼େ ନିଷ୍ଠା, କର୍ତ୍ତବ୍ୟର ଭାର 

ନ ଥାଏ ପର ଆପଣାର ତା'ଠି ବିଚାର

ସମ୍ପର୍କ !

ଆତ୍ମୀୟତା, ଭଲ ପାଇବା ଓ ମଣିଷପାଣିଆର ।୨।


ପୁନେଇ ପରବ ଯାନି ଯାତ୍ରା

ନୂଆ ବୋହୂ ଯିବ ବାପଘରଟି ପରା

ସିଏ ନ ହେଲେ କିଛି କାମ ନ ଚଳେ

ଆପଣା ପଣରେ ତା' ଚୁଲି ନିତି ଜଳେ 

କଉଡ଼ି ମାଗିନି ହାତ ସେ ପାତି

ଅଣ୍ଟିରେ ରଖିଛି ଯିଏ ଯାହା ଦେଇଛି

କାଳିଆ କସରା ତା' ଜୀବନ ଧନ

ଟଙ୍କା ପାଇସାରେ ନାହିଁ ତା' ମନ

ଯିଏ ଯେତେବେଳେ ଯାହା ସରାଗେ ଦିଏ

ଉଣା ହେଲା ବୋଲି କେବେ ନ କହେ ।୩।


ଡକା ଡକି ହୋଇ ବାଆ ବୋଉ ଆର ପାରିକୁ ଗଲେ

ତା' ସଂସାର ଡୋରିକୁ କୁସୁମ ହାତେ ଥୋଇଲେ

ସନ୍ତାନ ସନ୍ତତି କହିଲେ ଏହି କାଳିଆ କସରା

ରଙ୍କୁଣୀ ମାଆର ଗଣ୍ଠିଧନଟି ସେ ଦୁହେଁ ପରା ।୪।


ସମୟ ଧୀରେ ଧୀରେ ବିଷମ ହେଲା

ମଟରଗାଡ଼ିଟା ପୁଉଁ ପୁଉଁ ଶବଦ କଲା

ତା' ପାଖରେ କେଜାଣି କି ଯାଦୁ ଥିଲା

ଶଗଡ଼ିଆର ସବୁ ଗରାଖ ଖାଇଲା  

ମେସିନ୍ ମଣିଷର ଶତ୍ରୁ ସାଜିଲା

ଆପଣାଠାରୁ ଅଚିରେ ତାକୁ ପର କରିଲା ।୫।


ମଟରଗାଡ଼ି କରେ ଭୂଉଁ ଭୂଉଁ

ଶଗଡ଼ିଆ କାଶେ ଖୁଉଁ ଖୁଉଁ

ଯେତେ ନୁଆ ଅଖା, ଯେତେ ନୂଆ ନଡ଼ା ପକାଏ

ତା' ଶଗଡ଼େ ଦିନେ କେହି ପାଦ ନ ଦିଏ।୬।


ଦିନ ପରେ ଦିନ ଏମିତି ବିତିଯାଏ

ବସ୍ ଯାତ୍ରୀ ଧରି ତା' ବାଟେ ଚାଲିଯାଏ

ତା' ଧୂଆଁ , ଧୂଳିରେ ଶଗଡ଼ିଆର ନିଃସ୍ୱାର୍ଥପରତା ମଳିନ ପଡ଼ିଯାଏ

ଶଗଡ଼ିଆର ପାଦ ସ୍ଥିର, ନିଶ୍ଚଳ, ନିସତେଜ ହୋଇଯାଏ ।୭।


ଆଖିରେ ଆଶାର ସ୍ୱପ୍ନସବୁ ଛଳଛଳ

ଶରୀରେ ଆତ୍ମା ତା' ହୁଏ କେତେ ବିକଳ

ଶଗଡ଼େ ବୋହିଛି ଶଗଡ଼େ ଶୂନ୍ୟତା

ଲୋକେ ଭୁଲିଛି ତା' ସେବା,ତା' ଆତ୍ମୀୟତା ।୮।


ବିକାଶର ଧୂଆଁରେ ଆତ୍ମୀୟତା ସେତେ ନିଷ୍ପ୍ରଭ ବିଲୀନ

ଚିହ୍ନା ଚେହେରା ଯେତେସବୁ,ଲାଗୁଥିଲା ଅସ୍ପଷ୍ଟ, ମଳିନ 

ସରଳ ନିଷ୍ପାପ ମଣିଷଟା ଲାଗୁଥିଲା ନିତ୍ୟାନ୍ତ ନିଃସଙ୍ଗ ଏକାକୀ

ଅନ୍ତେ 'କାଳିଆ' 'କସରା' ଉଚ୍ଚାରି ଉଡ଼ିଗଲା ତା' ମନ ପକ୍ଷୀ ।୯।


ହାଏରେ ! ବିଧାତା ଏ କି ହେଲା

ମାଗୁଣିର ଶଗଡ଼ କାଳର ମୁହେଁ ନିଶ୍ଚିହ୍ନ ହେଲା 

ଶଗଡ଼ ନୁହେଁ ମଣିଷପାଣିଆ,ମାନବିକତାର ଗାଡ଼ି

ବିକାଶ ଯାତ୍ରାରେ ତା' କଳେବର ଗଲା ଭୁଶୁଡ଼ି ।୧୦।



Rate this content
Log in