STORYMIRROR

Shanti Mishra

Others

3  

Shanti Mishra

Others

ରବିବାରର ବନ୍ଧୁ ମିଳନ

ରବିବାରର ବନ୍ଧୁ ମିଳନ

1 min
9.0K


“ତୁମ ସୌନ୍ଦର୍ଯ୍ୟର ନାହିଁ ତୁଳନା କି ନାହିଁ କି ଗୋ ଉପମା”

ଏତିକି କହିକି ଏଯାଏଁ, ସେ ସ୍ତ୍ରୀଙ୍କ ଠାରୁ ପାଇ ନାହାନ୍ତି କ୍ଷମା

ସେଦିନ ଥିଲା ରବିବାର, ପୁଣି ନିଜ ଘରେ ବନ୍ଧୁ ଆସର

ଘର ସଫା ରୋଷେଇ ବାସେ, ଘରଣୀଙ୍କ ଗଲା ସକାଳ ପ୍ରହର

ନିଜକୁ ସଫା କରି ସଜେଇ ହେବାକୁ ଟିକେ ନଥିଲା ବେଳ

ଆସିଗଲେ ସାଙ୍ଗ ମାନଙ୍କ ସମ୍ମୁଖକୁ ହୋଇ ଅତି ସାଧାରଣ

କଣ ଦିଶୁଥିଲେ କ୍ଲାନ୍ତ ଶ୍ରାନ୍ତ, ରୋଷେଇ ଘର ମଇଳା ଶାଢୀରେ

ବନ୍ଧୁ ପତ୍ନୀ ମାନେ, ସଜେଇ ମଜେଇ ଆସିଛନ୍ତି କେତେ ବେଶରେ

ସଂକୁଚିତ ହୋଇଗଲେ ସେ ଲାଜ ସରମରେ

ଘର ଭିତରକୁ ଡାକି ଆକଟିଲେ ବେଶ ବଦଳାଅ ସତ୍ବରେ

ଟିକେ ରୁକ୍ଷ ଗଳା କଡା ଭାଷାରେ ଶୁଣେଇ ଦେଲେ ଦିଚାରି ପଦ

“ଏକା ତୁମେ ହିଁ କାମିକା ସମୟ ନାହିଁ ହେବାକୁ ଟିକେ ସଜ”

ରାଗ ଚଢିଗଲା ସ୍ତ୍ରୀଙ୍କ, ଚାଲିଗଲେ ଫୋପାଡି ମୁହଁକୁ ପ୍ରଶ୍ନ ହଜାର

“କୋଉ ଦିନ କେତେ ଆଣି ଦେଇଥିଲ, ଦାମୀ ଶାଢୀ, ଚୁଡି ଶଂଖା ସିନ୍ଦୁର”

ଯାହା ଅଛି ମୋର ତାହା ମୁଁ ପିନ୍ଧିବି, ନୁହେଁ ମୁଁ ସ୍ତ୍ରୀ କୋଟିପତିର

ରହିଲେ ରୁହ ମୋ ସାଥେ, ନଚେତ୍ ଦେଖ ରାସ୍ତା ନିଜର

ଅଗତ୍ୟା ଫେରିଲେ ବନ୍ଧୁ ମହଲକୁ, ହସ ହସ ମୁଖରେ

କିନ୍ତୁ ବିଷ ପିଇବାର ଯନ୍ତ୍ରଣା, ଭୋଗୁଥିଲେ ଭିତରେ ଭିତରେ

ସମସ୍ତ ବନ୍ଧୁ ଫେରିଗଲା ପରେ ସେଦିନ ରାତିରେ

ହାଲୁକା କରିବା ପାଇଁ ପରିବେଶ କହିଦେଲେ ଥଟାରେ

“ତୁମ ସୌନ୍ଦର୍ଯ୍ୟର ନାହିଁ ତୁଳନା କି ନାହିଁ କି ଗୋ ଉପମା”

ସେଦିନୁ କେତେ ଯୁଗ ବିତିଲାଣି, ମିଳିନାହିଁ ଏଯାଏ କ୍ଷମା

କେତେ ରବିବାର ଆସୁଛି ଯାଉଛି, ଆଉ ହୁଏ ନାହିଁ ବନ୍ଧୁ ମିଳନ

କାରଣ ଏବେ ରୋକ ଠୋକ୍ ମିଳେ ଜବାବ୍, ନିଜେ କର ଆୟୋଜନ

ଯାହା କୁହ ପଛେ, ସ୍ତ୍ରୀଙ୍କ ହାତ ରନ୍ଧା, ସମସ୍ତଙ୍କ ଭାରି ପସନ୍ଦ

କହିବାକୁ ନାହିଁ ସାହସ, ନିରବେ ରହିଛନ୍ତି, ଇଛାରେ ପକାଇ ପୂର୍ଣ୍ଣ ଛେଦ ॥

ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍