ରାମ ନବମୀ
ରାମ ନବମୀ
ହେ ଅଯୋଧ୍ୟା ନନ୍ଦନ ମର୍ଯ୍ୟାଦା ପୁରୁଷ
ଦଶରଥ ସୂତ ରାମ,
ତ୍ରେତୟା ଯୁଗରେ ଜନମି ହୋଇଲ
ପୁରୁଷ ତୁମେ ଉତ୍ତମ ।
ସୂର୍ଯ୍ୟବଂଶେ ଜାତ କୌଶଲ୍ୟା ଉଦରେ
ରଘୁ ବଂଶୀ ଶ୍ରେଷ୍ଠ ପୁତ୍ର,
ବନବାସୀ ହେଲ କଷ୍ଟ ସହି ତୁମେ
ପାଳି ପୁଣି ପିତୃ ସତ୍ୟ ।
ରାଜଭବନରେ ଜନମି ତୁମେ ତ
ପାଇଲନି ରାଜ ସୁଖ,
କୈକେଇ ମାତାର ସ୍ନେହରୁ ବଞ୍ଚିତ
ମନ୍ଥରାର କୂଟଚକ୍ର ।
ଚାରିଭ୍ରାତା ମଧ୍ୟେ ଜ୍ୟେଷ୍ଠ ତୁମେ ଥିଲ
ଜନ୍ମି ତୁମେ ଅଯୋଧ୍ୟାରେ,
ପିତୃ ସତ୍ୟ ପାଳି ଚଉଦ ବରଷ
ବିତାଇ ବନବାସରେ ।
ସାଥେ ଧରି ତୁମେ ଲକ୍ଷ୍ମଣ ଅନୁଜ
ପତ୍ନୀ ତୁମ ସୀତା ମାତ,
ତୁମ ଅଭିଷେକେ ଅଯୋଧ୍ୟାରେ ଦିନେ
କରିଥିଲା ରାହୁ ଗ୍ରାସ ।
ବନଚାରୀ ହୋଇ କଣ୍ଟକର ପଥେ
ଚଉଦ ବରଷ ତୁମେ ଭ୍ରମି,
ସୁନାର ହରିଣ ଶିକାର ପାଇଁ କି
ହୋଇଥିଲ ଅନୁଗାମୀ ।
ସତୀ ସୀତାଙ୍କୁ ରାବଣ ରାଜନ
ଚୋରାଇଲା ମାୟା କରି,
ଜାନକୀ ଉଦ୍ଧାର କରିବାକୁ ତୁମେ
ଗମିଥିଲ ବାନର ସେନାଙ୍କୁ ଧରି ।
ରାମ ରାବଣର ଯୁଦ୍ଧ ଶେଷେ ତୁମେ
ମା' ସୀତାଙ୍କୁ ଉଦ୍ଧାର କଲ,
'ରାମାୟଣ 'ନାମ ପବିତ୍ର ଗ୍ରନ୍ଥରେ
କାଳ କାଳ ଯଶ ରଖିଗଲ. ।
ଅଯୋଧ୍ୟା ରାଜନ ପିତୃ ମାତୃ ଭକ୍ତ
ଜାଣିଲା ତୁମକୁ ଏ ସାରା ଜଗତ,
ଏ ମହା ନବମୀ ସ୍ମରେ ତୁମ ସଦା
ମନେ ମନାସି କେତେ ବ୍ରତ ।
ପ୍ରଜା ହିତକାରୀ କୋଦଣ୍ଡଧାରୀ
ପ୍ରଜାହିତେ ଜାନକୀ ମାତାଙ୍କୁ ତେଜି,
ପ୍ରତିବ୍ରତା ନାରୀ ହେଲେ କଳଙ୍କିନି
ଅନ୍ତସତ୍ତ୍ଵl ସେତ ଭଲି।
କମଳ ନୟନ ହେ ରାମ ରାଜନ
ହୃଦେ ଥିଲା ତୁମ ଏକ ପତ୍ନୀ ବ୍ରତ,
ତମ ଆଦର୍ଶକୁ ସାଦରେ ଗ୍ରହଣ
କରୁ ଏ ସାରା ଜଗତ ।
ରାମ ନାମ ଗାଇ ନିତି ଏ ହୃଦୟ
ପବିତ୍ର ହେଉଥାଉ,
ଏ ମାୟା ବନ୍ଧନ ଭବ ସାଗରରୁ
ଏ ମନୁଷ୍ୟ ମୁକତି ପାଉ ।
