ରାକ୍ଷୀପୁନେଇଁ
ରାକ୍ଷୀପୁନେଇଁ


ବରଷକେ ଥରେ ଆସଇ
ଏଇ ରାକ୍ଷୀପୁନେଇଁ
ଚାତକ ପରି ଚାହିଁଥା'ନ୍ତି
ଯେତେ ଭଉଣୀଭାଇ ।
ବରଷକର ରାଗରୁଷା
କେହ୍ନେ ଯାଏ ଉଭେଇ
ହସଖୁସି ଓ ଆନନ୍ଦରେ
ଘର ପୁରି ଉଠଇ ।
ହାତଟେକି ଭାଇ କହଇ
ମୋର ସୁନା ଭଉଣୀ
ମାନ ଅଭିମାନ ଛାଡି ତୁ
ରାକ୍ଷୀ ବାନ୍ଧିଦେ ଆଣି ।
ଭଉଣୀ ବାନ୍ଧଇ ରାକ୍ଷୀକୁ
ଭାଇ ହାତରେ ତାର
ସୀମାହୀନ ସ୍ନେହ ପ୍ରତୀକ
ସେଇ ରାକ୍ଷୀର ଡୋର ।
ଭାଇ କହେ ରକ୍ଷାବନ୍ଧନେ
ଦେଲି ତତେ ବଚନ
ରକ୍ଷାକବଚ ତୋ ସାଜିବି
ମୁହିଁ ସାରାଜୀବନ ।
ସାକ୍ଷୀ ରହିଲା ତ ଆମର
ଏଇ ସ୍ନେହବନ୍ଧନ
ଜୀବନକୁ ବାଜି ଲଗାଇ
ତୋର ରଖିବି ମାନ ।