STORYMIRROR

SOUBHAGYABATI GIRI

Others

3  

SOUBHAGYABATI GIRI

Others

ରାକ୍ଷୀ

ରାକ୍ଷୀ

1 min
28


ରାକ୍ଷୀ ସୀମାହୀନ ସ୍ନେହ ପ୍ରତୀକ

       ସରେନାହିଁ ଯାହା ଜୀବନଯାକ

ଛିଡେନା କେବେ ସେ ସେନେହଡୋର

         ରହିଥାଏ ଜନ୍ମ ଓ ଜନ୍ମାନ୍ତର

ଡୋର ଅଟଇ ସେ ସଦ୍ଭାବନାର

        କି ବର୍ଣ୍ଣିବି ନାହିଁ ତା ପଟ୍ଟାନ୍ତର

ରାକ୍ଷୀ ନୁହେଁ ସେ ତ ରକ୍ଷାକବଚ

      ଦେଖେ ନାହିଁ ସିଏ ଉଚ୍ଚ କି ନୀଚ୍ଚ

ବରଷକେ ଥରେ ରାକ୍ଷୀ ପୁନେଇଁ

        ଏକାଠି ହୁଅନ୍ତି ଭଉଣୀଭାଇ 

ରାଗରୁଷା ସବୁ ଯାଏ ଉଭେଇ

       ସେନେହଶରଧା ବର୍ଷା ହୁଅଇ

ଶକ୍ତିଭରା ସେଇ ରାକ୍ଷୀର ଗୁଣ

       ଗାଏ ଇତିହାସ ଗାଏ ପୁରାଣ 

ରଖିବାକୁ ସେଇ ରାକ୍ଷୀର ମାନ

      ବାଜି ଲାଗିପାରେ ଭାଇ ଜୀବନ

ଦୁନିଆ ଦେଖୁଛି ରାକ୍ଷୀମହତ

     ରାକ୍ଷୀର ଡୋରଟି କେଡେ ପବିତ୍ର 

ଯେ ପର୍ଯ୍ୟନ୍ତ ଥିବ ଆମ ଆୟୁଷ

      ଗାଉଥିବା ଆମେ ରାକ୍ଷୀର ଯଶ


Rate this content
Log in