ରାଜୁତି
ରାଜୁତି
1 min
19
ଦେଶଭକ୍ତି ବାହାନା ରେ
ଚାଲେ ଏଠି ରୁଗ୍ଣ ରାଜନୀତି
ରାତାରାତି ବଦଳି ଯାଏ
ଆଇନ ସବୁର ଗତି !
ଭକ୍ଷକ ଟିଏ ରକ୍ଷକ ବେଶରେ
ଛାତି କୁ ଫୁଲାଇ ଚାଲେ,
ଗରିବ ର ଦୁଃଖ ସେ କାହୁଁ ବୁଝିବ
ଭୋକକୁ ପାଖରୁ ଦେଖି ନ ଥିଲେ !
ବିଶ୍ୱାସ ର ଖୋଳପା ଭିତରେ
ଅବିଶ୍ୱାସ ପଶିଛି ଛଳେ,
କାହାକୁ କହିବା ଦାୟିତ୍ୱ ର କଥା
ଦାୟିତ୍ୱହୀନତା ର ରାଜୁତି କାଳେ !
