STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ରାଜଧାନୀ

ରାଜଧାନୀ

1 min
209



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- --------------------- ---------

• ଅବିରାମ ଗତିରେ ଦଉଡୁଛି ରାଜଧାନୀ

• ଦୃତ ଗତିରେ, ପ୍ରଖର ରୁ ପ୍ରଖର ତର

• ସତେ ଯେମିତି ଚିରସ୍ରୋତା ପାହାଡି ଝରଣା ।।

• ଉଡାଜାହାଜ ପଡିଆ ବସ ଷ୍ଟାଣ୍ଡ ରୁ ରେଳ ଷ୍ଟେସନ

• କୁହୁଡି ଭିଜା ସକାଳୁ ସକାଳୁ ଦଉଡୁଛି ଯେ ଦଉଡୁଛି

• ହୋଟେଲ , ବଜାର , ଗଳିକନ୍ଦି , ରାସ୍ତାଘାଟ ଭିଡ଼ ଯେ ଭିଡ଼ ।।

• ଯନ୍ତ୍ର ବତ୍ ବିଜୁଳି ଗତିରେ ଚଳଚଞ୍ଚଳ ରାଜଧାନୀ

• ଅବସରବିନୋଦନ ବଗିଚା ରେ ଫୁଟିଥିବା ଶୀତୁଆ ଫୁଲରେ

• ତା ହଳଦି ଗୁରୁଗୁରୁ ନାଲି,ନେଳି ,ଛିଟ ଫୁଲ ସୁଗନ୍ଧ ଶୀତୁଆ ବାଆରେ ।।

• ସେ ଦଉଡୁଛି ଯେ ଦଉଡୁଛି ଅହରହ ସକାଳୂ ରାତି ଯାଏଁ

• ସଚିବାଳୟରେ ଫାଇଲ୍ ରୁ ଫାଇଲ୍ ରେ ଯୋଜନା ରୁ ଯୋଜନାରେ

• ମନ୍ତ୍ରୀ ମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ, ଚିକିତ୍ସାଳୟରେ ,ଶିକ୍ଷାୟତନରେ ।।

• ହେଃ.. ,ହେଃ… ,ହେଃ… ଆରେ ରେ ହେ… ହେ…ଫଳ ଶୁନ୍ !

• ଧନ୍ୟ ତୁ ରାଜଧାନୀ ।, ଭିକାରୀ ଥାଳରେ , ବସ୍ତିର ହୁକା ଖଟିରେ

• ଦେଶି ଭାଟିରେ ।, ନାଇଁ ନାଇଁ ପ୍ରଗତିଶୀଳ ରାଜଧାନୀ ପ୍ରଗତି କରୁଛି ନାଁଆ ।।

• ରାସ୍ତା କଡର ଝୁମ୍ପୁଡି କୁଡଆ ନିବାସ ରେ ଅସ୍ତବ୍ୟସ୍ତ କଂସେଇ ଖାନାରେ

• ରାସ୍ତା କୁ ଅବରୋଧ କରୁଥିବା ଗାଡ଼ି ମଟର ପାରକିଙ୍ଗ ଭିତରେ

• ଆବର୍ଜନା ପୂର୍ଣ୍ଣ ଚଲାରାସ୍ତା ଅବରୋଧ ନାଳ ନର୍ଦ୍ଦମା ରେ ବେସ୍ ପ୍ରଗତି ।।

• ନା, ଦେଖ ନାହିଁ ,ଜାଣ ନାହିଁ , ଖାଲି ବୁଝିବାକୁ ଚେଷ୍ଟାକର

• ସେ ସେମିତି ଦଉଡୁ ଥାଉ ।।



Rate this content
Log in