STORYMIRROR

Bunee Tripathy

Others

3  

Bunee Tripathy

Others

ରାଜାରାଣୀ

ରାଜାରାଣୀ

1 min
167

ଭଗ୍ନ ଜରଜୀର୍ଣ୍ଣ.......

ତୁମ ଅବୟବ

ଶାଣିତ ବୁକୁରେ

ହୋଇ ଦଣ୍ଡାୟମାନ

ରହିଛ ରହିବ ହୋଇ ମୂକସାକ୍ଷୀ।


ଗଢିଥିଲା ଯିଏ

କେତେ ସ୍ୱପ୍ନ ନେଇ

ପଥର ଦେହରେ

ନିହାଣ ମୁନରେ

ଆଙ୍କିଥିଲା ଫୁଲଫଳ

ଗଛଲତା ପରିବେଶ.....

ନର୍ତ୍ତକ ନର୍ତ୍ତକୀ

ନୃତ୍ୟର ଛନ୍ଦରେ.......

ବିଭିନ୍ନ ମୁଦ୍ରାରେ

ସ୍ଥାନ ପାଇଥିଲେ

ତୁମ ବକ୍ଷସ୍ଥଳେ....।


ଅପୂର୍ବ ସୌନ୍ଦର୍ଯ୍ୟ

ଗନ୍ତାଘର ତୁମ ଅବୟବ

କିମ୍ପାଇଁ କାନ୍ଦୁଛ

ରାଜାରାଣୀ ତୁମେ.......

ଆଖିରୁ ଲୋତକ

ବହେ ଧାରଧାର

ପୋଛିବାକୁ ଆଜି

କେହିନାହିଁ ପାଶେ

ସମୟ ସ୍ରୋତରେ

ଗଲେଣିତ ସର୍ବେ।


ତୁମେ ଆଜି ବୃଦ୍ଧ

ଜରାଜୀର୍ଣ୍ଣ ହୋଇ

ରହିଚ ଅନାଇ

ନିୟତି ଇଙ୍ଗିତ..... 

କେତେବେଳେ ଵୋହିବ

ଅଣଚାଷ..............

ଭଗ୍ନ ହୋଇ

ମିଶିଯିବ ମାଟିର କୋଳରେ।

ସବୁତ ଦେଖିଛ

ଘଟିଯାଇଛି ଯାହା......

ଆଉ ଘଟୁଅଛି ଯାହା....... 

ଦେଖିଥିଲ ଦିନେ ତୁମେ

ମନେଥିଲା ଆଶା ଅସୁମାରୀ

ହେଲେ ..............!!!

ସବୁକିଛି ଧୂଳିସାତ ହୋଇଗଲା

ତୁମେ କିନ୍ତୁ ରହିଗଲ

ନିର୍ବାକ ନିଶ୍ଚଳ ହୋଇ

ଏକ ପ୍ରସ୍ତର ନିର୍ମିତ

ଅବୟବ ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍