STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ରାଧୁ ଓ ମଧୁ

ରାଧୁ ଓ ମଧୁ

1 min
372


------'-----

ରାଧୁ ମଧୁ ବୋଲି ଦୁଇଜଣ ସାଙ୍ଗ

   ରହୁଥିଲେ ଏକ ଗ୍ରାମେ

ଚାଷକରି ଦୁହେଁ ପୋଷୁଥିଲେ ପେଟ

   ହେଳା ତ ନଥିଲା କର୍ମେ ।।


ଦୁହେଁ ଦୁହିଁଙ୍କର ଅତି ପ୍ରିୟ ଥିଲେ

     ନଥିଲା ଟିକିଏ ଆନ

କିଏ କାହାରିକୁ ଦଣ୍ଡେ ନ ଦେଖିଲେ

     ଝୁରି ହେଉଥିଲା ମନ   ।।


ଗାଆଁ ଟିର ସାରା ଥିଲେ ଆପଣାର

   ପର ଉପକାରୀ ବନ୍ଧୁ

ସବୁରି ହୃଦୟେ ଜାଗାଟିଏ ଥିଲା

   ଲଂଘୁଥିଲେ ସାତ ସିନ୍ଧୁ  ।।


ରାଧୁ ଥିଲା ସିନା ଟିକିଏ ଚାଲାକ

   ମଧୁ ଥିଲା ଟିକେ ବୋକା

ବୋକା ହେଲେ ହେଲା ଅତି ସାଧାରଣ

   କାହାକୁ ଦିଏ ନା ଧୋକା  ।।


ଅତି ସାଧା ସିଧା ସରଳ ମଣିଷ 

  ଥିଲା ସେ ଅତି ବିଶ୍ବାସୀ

ସେଥିପାଇଁ ରାଧୁ ରାଗେ ଗରଗର

  ମଧୁ ଦେଉଥିଲା ହସି  ।।


ଖଳ ବୁଦ୍ଧିଟିଏ ମୁଣ୍ଡ କୁ ଆସିଲା

  ମଧୁ କୁ ଦେବ ସେ ପାନେ

ଦୁଇ ସାଙ୍ଗ ମିଶି ଜଙ୍ଗଲକୁ ଯିବେ

  ଭାବୁଥିଲା ବସି ମନେ  ।।


ଜଙ୍ଗଲରେ ଯେତେ ହିଂସ୍ର ପଶୁପକ୍ଷୀ 

  କରୁଥିବେ କେତେ ରାବ

ଗହନ ବନରେ ମଧୁକୁ ଏକାକୀ

  ଛାଡି ସେ ଚାଲି ଆସିବ  ।।


ତହିଁ ଆରଦିନ ଦୁଇ ସାଙ୍ଗ ମିଶି

   ବାହାରିଲେ ଜଙ୍ଗଲକୁ 

କେତେ ଥଟ୍ଟା ମଜା କେତେ ହସ ଖୁସି

   ସବୁ ସିନା ବାହାରକୁ ।।

  

ଜଙ୍ଗଲ ମଝିରେ ରାଧୁ ପାଟିକଲା

  ସାଙ୍ଗ ଟିକେ ରହିଯାଅ

ଶୋଷ ଲାଗୁଅଛି ଗୋଡ ଉଠୁ ନାହିଁ 

  ପାଣି ଟିକେ ଆଣିଦିଅ ।।


ଘଞ୍ଚ ଜଙ୍ଗଲରେ ପାଣି ଖୋଜିବାକୁ

   ମଧୁ ବେଗେ ଚାଲିଗଲା

ପାଣି ଖୋଜୁ ଖୋଜୁ ଉଛୁର ହୋଇଲା

  ବାଟ ସିଏ ଭୁଲିଗଲା  ।।

 

କେତେ ବିକଳରେ ଚିତ୍କାର କରିଲା

  ବାଘ ଭାଲୁ ରାବ ଶୁଣି

ସାଙ୍ଗର ଚାଲାକି ବୁଝି ସେ ପାରିଲା

  ମନ ହେଉଥିଲା ହାଣି ।।


ଆଖିର ଲୁହକୁ ଗାମୁଛାରେ ପୋଛି

  କରିଲା କୋଟି ଶପଥ

ଖଳ ଲୋକ ଠାରୁ ଦୂରେଇ ରହିବ 

  ଭଲ ଲୋକ ସହ ମିତ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍