STORYMIRROR

Jyotiranjan Sahu

Others

2  

Jyotiranjan Sahu

Others

ରାଧା ପ୍ରେମ

ରାଧା ପ୍ରେମ

1 min
537


॥ରାଧା ପ୍ରେମ॥


ଆଜି ବି ରାଧା ର ପ୍ରେମ ଅନଳରେ

ଜଳୁଛନ୍ତି ପ୍ରଭୂ ରହିରହି କା

ଟିକିଏ ଜାଳୁଛି ଟିକିଏ ମାରୁଛି(୨)

ପ୍ରଥମ ପ୍ରେମର ଚିହ୍ନ ଏଇଟା

ଆଜି ବି ରାଧା... ... ...ରହିରହି କା ॥୧॥


ରାଧା ରାଧା ବୋଲି ହୃଦୟ ଖୋଜୁଛି(୨)

ମୂଖେ ଲକ୍ଷ୍ମୀ ଆଉ ହୃଦେ ରାଧିକା

ନୀରବି ପ୍ରେମିକା ନୀରବି ଗଲା ସେ

ନୀରବ ପ୍ରେମ ରେ ଜଳି ଜଳି କା

ଆଜି ବି ରାଧା... ... ...ରହିରହି କା ॥୨॥


ମନେ ପଡିଯାଏ ପ୍ରଭୂ ଙ୍କର ଆଜି(୨)

ରାଧା ର ପ୍ରେମରେ କି ମହାନତା

ସଂସାର ନିନ୍ଦା କୁ ସହି ସହି ନିଜେ

କୃଷ୍ଣ ନାମେ ନଦେଲା କଳଙ୍କଟା

ଆଜି ବି ରାଧା... ... ...ରହିରହି କା ॥୩॥


ଲକ୍ଷ୍ମୀ ଛାଡିଗଲେ ପ୍ରଭୂଙ୍କୁ ଯେବେରେ(୨)

ଜାଣିଲେ ବିରହେ କି ବେଦନାଟା

ଛାଡିଯାଇଥିଲେ ଯାହାକୁ ଦିନେରେ

ମନେପଡେ ଆଜି ତା ଦୁଃଖ କଥା

ଆଜି ବି ରାଧା... ... ...ରହିରହି କା ॥୪॥


ଷାଠିଏ ପଉଟି ଭୋଗ ଲାଗେ ନିତି(୨)

ସବୁଖାଇ ପେଟ ଖାଲି ଖାଲିକା

ରାଧା ହାତ ଦହି ଖାଇଖାଇ ପ୍ରଭୂ

ନଭୁଲି ପାରନ୍ତି ତାର ସ୍ବାଦଟା

ଆଜି ବି ରାଧା... ... ...ରହିରହି କା ॥୫॥


ସେଦିନ ରାଧା କୁ ଛାଡି ଚାଲିଗଲ(୨)

ଝୁର ଆଜି କିମ୍ପା ତାର ନାମଟା

ରାଧା ପାଇଁ ଆଜି ନିଜକୁ ଦଣ୍ଡୁଛ

ପତିପତ୍ନୀ ଦୁହେଁ ଏକା ଏକା

ଆଜି ବି ରାଧା... ... ...ରହିରହି କା ॥୬॥


ପ୍ରେମର ଧର୍ମ କୁ ଭୁଲିଲେ ବୋଲି ରେ(୨)

କଳିଯୁଗେ ପ୍ରଭୂ ଅଛନ୍ତି ଏକା

ପତ୍ନୀ କୁ ଅଲଗା ନିଜଠୁ କରିଣ

ଭଗ୍ନୀ ଭ୍ରାତା ସାଙ୍ଗେ ରୁହନ୍ତି ଏକା

ଆଜି ବି ରାଧା... ... ...ରହିରହି କା ॥୭॥


<<ଜ୍ୟୋତିରଞନ ସାହୁ>>


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍