STORYMIRROR

Ambuja Mohanty

Others

4  

Ambuja Mohanty

Others

ରାଧା କୃଷ୍ଣ

ରାଧା କୃଷ୍ଣ

1 min
299

ରାଧିକା: 


ଆହେ ପ୍ରାଣପ୍ରିୟ ସଖା ମୋହର

ହୃଦୟ ବ୍ୟଥାରେ ହୁଏ ଅଧିର

ତେବେ ତୁମେ ଅଟ ଲବଣୀ ଚୋର

ଛାଡ଼ି ଚାଲିଯାଅ ମୋହଠୁ ଦୂର

କଲି ଅଭିମାନ ରାଣ ତୁମର

ବିରହେ ରହିବ ପ୍ରାଣ ଏଥର ।


କୃଷ୍ଣ:


ରାଧେ ଗୋ ! ନଯାଅ ମୋହଠୁ ଦୂର

ଦେଖ ଖେଳ ଏହି ନିୟତିଟିର

ଚାଲିଯାଅ ଛାଡ଼ି ଯମୁନା ପୟର

ନ ଶୁଣି ମୋହର ବଂଶୀର ସ୍ୱର 

ହସ୍ତ ଧରି ମୋର ଚାଲ କିଛି ଦୂର

ମଧୁବନ ନାଟ ଦେଖୁ ଆମ୍ଭର !


ରାଧିକା:


କାହ୍ନୁ ତୁମ ଏହି ବଂଶୀର ସ୍ଵନ

ହରିଥାଏ ଲକ୍ଷେ ଗୋପିର ପ୍ରାଣ

ରାସ କ୍ରୀଡ଼ାରେ ହିଁ ରୁହ ମଗନ

କିମ୍ପା ରାଧିକାରେ ରହିବ ମନ

ମାଖନର ପ୍ରେମୀ ମାଧବ, କୃଷ୍ଣ 

ନନ୍ଦ ସୁତ ଯଶୋଦାର ଜୀବନ

ତୁମର ପ୍ରେମରେ ରାଧା ଏକା କି

ସାରା ଜଗତଟା ହୋଇଛି ସୁଖି !


କୃଷ୍ଣ:


ସଖୀ ! ଶୁଣ କର ମାନ ଭଞ୍ଜନ

ପ୍ରେମ ଲବଣୀର ଦିଅ ଭୋଜନ

ପ୍ରାଣପ୍ରିୟ ସଖା କ୍ଷୁଧା ଆତୁର

ନ ଦେଇ ଲବଣୀ , ଖିରି ସାକର

ରୁଷି ଚାଲି ଯିବ କିମ୍ପା ଏଥର ?


ରାଧିକା:


ଅଶ୍ରୁପାତ କରାଇ ଦାମୋଦର

ମନବାଞ୍ଛା ମୋର କି ଅଗୋଚର

ପାଟ ପିତାମ୍ବରୀ ଜାତି ଅଞ୍ଜନ

ପରଶିବି ତୁମ ପାଇଁ ବ୍ୟଞ୍ଜନ

ବୁଝିଲନି ଜାଣି ପ୍ରେମିକାର ମନ 

ବ୍ୟଥା ଦେଇ ଏ କି ମାନ ଭଞ୍ଜନ ?


କୃଷ୍ଣ:


ରାଧା କୃଷ୍ଣ ନୁହେଁ ଭିନ୍ନ ତ ଜାଣ

ସିଏ ଦୁଇ ଦେହ ଏକଇ ପ୍ରାଣ

କୃଷ୍ଣ ନାମ ପୂର୍ବେ ତୁମର ନାମ

ଶାଶ୍ଵତ ପ୍ରେମର ଏ ଉଦାହରଣ

ଚଞ୍ଚଳ ନୟନ ପୁଷ୍ପ ଶୃଙ୍ଗାର

ମନ କୁଞ୍ଜବନ ପାଇଁ ଅଧୀର

ରହି ନପାରେ ମୁଁ ତୁମ ବିହୁନ

ପାଶେ ଶୁଣେ ତୁମ ହୃଦ ଗୁଞ୍ଜନ ।


ରାଧା:


ପ୍ରେମ ତୁମ ଦିଏ ରୋମାଞ୍ଚ ଅତି

ଖେଳରେ ହଜେଇ ଦେଲ ମୋ ମତି

ଛାଡ଼ ମୋତେ ଆଉ ନ ବାଅ ବଂଶୀ

ଉଛୁର ହେଉଛି ଆସୁଛି ନିଶି 

ଗୃହେ ମୋର ଚାହିଁଥିବେଣି ପଥ

ସକାଳେଆସିବି ଯମୁନା ତଟ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍