STORYMIRROR

Nityananda Sahu

Others

3  

Nityananda Sahu

Others

ରାଧା-୩

ରାଧା-୩

1 min
218


ଗୁହାରୀ ଶୁଣ ହେ ମୁରାରୀ

ରାଧା କରେ ଏତିକି ଯେ ଅଳି ।।

ଆଜି ସଞ୍ଜ ହେଲେ ମନ ବୃନ୍ଦାବନେ

ଦିଅ ଆଉ ଥରେ ତୁମ ପ୍ରେମ ପ୍ରଦୀପକୁ ଜାଳି

ରାଧା କରେ ଏହି ଅଳି ।।


ଆଜି ହାଣ୍ଡି ହାଣ୍ଡି ସର ଆଉ ଲବଣୀ

ହେଉ ନାହୁଁ ଘରୁ ଚୋରି

ଆଜି ଗାଈ ଆଳ , କିଏ ଯିବ ଧରି

ପଡୁ ନାହିଁ ଆଉ ହୁରୀ ।।

ତୁମେ ଗଲା ଦିନୁ ଛାଡି ଗୋପ

ଆଜି ନଗରେ ସବୁଠି ତୁମରି ଜପ

ତୁମେ କାହୁଁ ଶୁଣ ନାହିଁ କୁହ ହରି

ରାଧା କରେ ଏହି ଅଳି ।।


ଆଜି ଗୋପ ଦାଣ୍ଡ ଲାଗେ ଶ୍ରୀହୀନ

ତୁମେ ନାହଁ ବୋଲି କଳାବଦନ

ଆଜି ମଧୁକୁଞ୍ଜ ଲାଗେ ଘଞ୍ଚ ଉଦ୍ୟାନ

ପଡି ନାହିଁ ବୋଲି ତୁମ ଶ୍ରୀ ପୟର

ଯମୁନା ଯାଉଛି ବୋହି ,

ନୀର କାଖେ କଳସୀରେ ଭରି

ତୁମେ ଆସି ଥରେ ଦିଏ ଭାଙ୍ଗି

ରାଧା କରେ ଏହି ଅଳି ।।










ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍