Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Sahu

Others

3  

Nityananda Sahu

Others

ରାଧା-୨

ରାଧା-୨

1 min
218



ହେ ବଂଶୀ,

ତୁମ ଅପେକ୍ଷାରେ ମୁଁ ଦିବାନିଶୀ

ଅସ୍ଥିର ଏ ଚିତ୍ତ ମୋର

ପ୍ରଶ୍ନ କରେ ମତେ

କାହୁଁ ଭଲ ପାଇଲୁ ତୁ

କଳା ନାଗରକୁ ଏତେ !!!


ହେ ସଖା,

କୁହ କେବେ ଫୁଣି ହେବ ତୁମ ସହ ଦେଖା

ବିରହିନୀ ମୁଁ ପ୍ରୀତି ରଙ୍କୁଣୀ

ତୁମ ମହାପ୍ରସାଦକୁ ମୋ ପାଇଁ ଆଣି

ଚାଖି ଦିଅ ଥରେ ଆସି ,

ମୋ ହାତରୁ ସାଇତା ସର ଲବଣୀ ।


ହେ, ମଧୁସୂଦନ

ଦିବ୍ୟ ଦୃଷ୍ଟିରେ ଦେଖ ଥରେ

କେମିତି ତୁମ ବିନା କାଟେ ମୁଁ ଦିନ।

ମନ ଶ୍ରୀ ମନ୍ଦିରର ସିଂହାସନେ

ତୁମେ ଅଟେ ମୋର ରାଜା

ରାଣୀ ନ କରିଲ ନାହିଁ

ହେଲେ ଦିଅ ଥରେ ଦାସୀ କରେଇ

ମତେ ମୋ ପ୍ରେମ ସଜା ।।


ହେ, କୃଷ୍ଣ

ତୁମ ପାଇଁ ମୋ ପ୍ରେମ କଣ ସତରେ ଶାଶ୍ୱତ ?

ଆଜି ତୁମ ବିନା ମୁଁ ସାଜିଛି ପତିତ

ହେଲେ ଉଦ୍ଧାର କରିବା ପାଇଁ

ତୁମେ କାହିଁ ବଢ଼ାଉ ନାହିଁ ତୁମ ଦୁଇ ହାତ !!


ହେ, ପ୍ରେମିକ

ଯେଉଁ ପ୍ରେମ ରସ ପାନ କରେଇଲ

ରାହସର ରସରେ

ରାଧା ନାମ ଯୋଡି ଦେଇ

ତୁମ ଶ୍ରୀ ନାମରେ

ଆଜି ତୁମ ରାଧିକାର କାହିଁ

ରକ୍ଷା କର ନାହିଁ ମାନ ?

କେତେ ଆଉ ଶୁଣିବି କୁହ ବାଦ ଅପବାଦ

ତୁମକୁ କରିଥିଲି ବୋଲି ପ୍ରେମ !!




Rate this content
Log in