ପୂର୍ଣ୍ଣିମାର ଜହ୍ନ
ପୂର୍ଣ୍ଣିମାର ଜହ୍ନ
ପୂରୁବ ଆକାଶେ ନିଶା ମୁଖେ ଯେବେ
ଲାଲ ଜହ୍ନ ଆସେ ଚାଲି,
ନବବଧୂ ପରି ଓଢଣା ଫାଙ୍କରୁ
ହସ ଝରେ ଖିଲି ଖିଲି l
ଖଦ୍ୟୋତର ଶିଖା ଦିଶେ ସତେ
କେତେ ହାଏ ଝିଲିମିଲି,
ଦୂର ଦିଗବଳୟେ ମେଘୁଆ ଆକାଶେ
ଯେବେ ବଉଦଟା ଯାଏ ଚାଲି l
ନୀଳାଦ୍ରି ବିଜୟେ ଯେବେ ଜଗା
ବଡଦାଣ୍ଡେ ଯାଏ ଝୁଲି ଝୁଲି,
ଲକ୍ଷ୍ମୀ ଠାକୁରାଣୀ କେତେ ଅଭିମାନେ
ସିଂହଦ୍ୱାର ଦେଲେ ଖୋଲି l
ଭକ୍ତି ସାଗରେ ବରଷା ସାଥିରେ
ଟିକେ ଟିକେ ଭିଜୁଥିଲି,
ଭାବର ମନ୍ଦିରେ ସଂସାରର ମାୟା
କ୍ଷଣିକେ ମୁଁ ଭୁଲିଗଲି l
ପୂର୍ଣ୍ଣମୀର ଚାନ୍ଦ ବାଦଲ ଫାଙ୍କରୁ
ହସୁ ଅଛି ଖିଲି ଖିଲି,
ଶୟନ ବାସରେ ଶୟନ କରିବ କାଳିଆ
ସେତ ଚଉବାହା ମେଲି l
ଦୁଃଖ ହରି ପ୍ରଭୁ ସଂସାରକୁ
ଦେବେ ସୁଖ ପସରାର ଝୁଲି,
ଏ ଘଟରୁ ପ୍ରାଣ ଛାଡ଼ିବା ପର୍ଯ୍ୟନ୍ତ
ହୃଦୟଟା ଦେବି ଖୋଲି ।