ପୂର୍ନଜନ୍ମ
ପୂର୍ନଜନ୍ମ
ରାତିଟା ବହଳ ହେଲାପରେ ମୁଁ ବାହାରି ଆସେ ,
ମୋର ଚିରାଚରିତ ଗତାନୁଗତିକ ଦୁନିଆରୁ !
ମୁଁ ଚାଲିବା ଆରମ୍ଭ କରେ ,
ନିର୍ଜନତାକୁ କାନ୍ଧରେ ବୋହି
ଠିକ୍ ବିକ୍ରମାଦିତ୍ୟଙ୍କ ପରି !
ରାସ୍ତାକୁ ଓହ୍ଲାଇ ଆସିଲା ବେଳେ,
ମୁଁ ଶୃଗାଳରୁ ସିଂହ ପାଲଟିଯାଏ।
ଆସ୍ତେ ଆସ୍ତେ ଚାଲିବା ଆରମ୍ଭ କରେ ,
ଠିକ୍ ଟ୍ରେନ ପରି ମୋ ପାଦର ଗତିକୁ ପ୍ରଖର କରି !
ଆସ୍ତେ ଆସ୍ତେ ମୁଁ ଘରପାଖ ରାସ୍ତା ପାର ହୁଏ ,
ବୁଢ଼ା ବରଗଛ ମୂଳେ କିଛି ସମୟ ଛିଡାହେଇ -
ମନ ଭରି ସାରା ରାତି ପୋଖରୀକୁ ଟେକା ମାରେ !
ଚାନ୍ଦିନୀ ର ଫର୍ଚ୍ଚା ଫର୍ଚ୍ଚା ଆଲୁଅରେ ଗାଁ ଟା ସ୍ଵଚ୍ଛ ଦିଶେ ,
ପାଦ ଟା ଆସ୍ତେ ଆସ୍ତେ ମଶାଣିକୁ ଓହ୍ଲାଏ ।
ଏକ ବିକଟାଳ ଶ୍ଵାସ ଗ୍ରାସ କରେ ନାସିକା ,
ଉଲଗ୍ନ ହେଇ ଯେବେ ମୁଁ ଦେହଯାକ ପାଉଁସ ବୋଳେ ,
ମୁଁ ନିଳକଣ୍ଠ ପାଲଟି ଯାଏ !
ଶ୍ମଶାନରେ ପଡ଼ିଥିବା ଭଙ୍ଗାଦ୍ରବ୍ୟ ସବୁ -
ମୋ ପାଇଁ ମହାଦ୍ରବ୍ୟ ପାଲଟି ଯାଏ ।
ଆଉ ଜୀବନଟା ଅଲୈ।କିକ ମନେହୁଏ ,
ମୋତେ ଲାଗେ ମୁଁ ପୂର୍ନଜନ୍ମ ପାଇଯାଏ !
୦-୦-୦
