STORYMIRROR

Anita Dash

Others

4  

Anita Dash

Others

ପୂରା କର ମନୋରଥ

ପୂରା କର ମନୋରଥ

1 min
11

ଜଗତ କରତା ଜଗନ୍ନାଥ ସାଇଁ

ସବୁତ କରୁଛ ତୁମେ

ଆମ ସଭିଙ୍କର ଭଲ ମନ୍ଦ କଥା

ତୁମଠୁ ବେଶୀ କେ ଜାଣେ। 

ମାତା ପିତା ଯେହ୍ନେ ଶାସନ ଆଳରେ

ଲୁଚାଇ ଥାନ୍ତି ସେନେହ

ତୁମେ ସେହିମତେ ଭକତର ହିତେ

ସଂସାର ଚଳାଇ ନିଅ। 

ତୁମରି ଆଦେଶ ହୋଇଛି ପାଳନ

ବିଚାର ପତି ବିଚାରେ

ଧନ୍ୟ ତୁମେ ନାଥ ଜଗତର ନାଥ

ଆମେ ଅବୁଝା ମାୟାରେ। 

ମୋ ଜଗାଠୁ ବଳି ଏତେ ବଡ ହୃଦ

ଆଉ ବା ହେବ କାହାର

ଭକତର ହିତେ ନିଜ ସୁଖ ସବୁ

କରିଦେବ ପରିହାର । 

ଅନ୍ତରକୁ ସଫା ସୁତୁରା କରିକି

ଗଢ଼ିଛି ଭକତି ରଥ

କୃପା ଟାହିଆରେ ଝୁଲି ଝୁଲି ଆସି

ପୂରା କର ମନୋରଥ । 

ମନେ ମୋ ପୂରିଛି ଯେତେ ଅହମିକା

ଆଖିଲୁହେ ଧୋଇ ଦିଅ

ମରୀଚିକା ପଛେ ଧାଇଁ ହୁଏ ଧନ୍ଦି

ଚରଣେ ଶରଣ ଦିଅ । 



Rate this content
Log in