STORYMIRROR

Bunee Tripathy

Others

4  

Bunee Tripathy

Others

ପୂଣ୍ୟ ପବିତ୍ର

ପୂଣ୍ୟ ପବିତ୍ର

1 min
353

ମାଆ ମାଟି ପରା ଅଟଇ ତ ପୂଜ୍ୟ

 କୋଟି ଜନ୍ମେ ତାହା ମିଳେ

ତକୁ ଯେ ନିନ୍ଦିବ ନରକେ ପଡିବ

 ହାରିବ ତ କାଳେବେଳେ।


ଦୂଷିତ ସହର କହିବା ମୂର୍ଖାମି

 ଆମେ ଅଟୁ କଳୁଷିତ

ସବୁ ଦୋଷ ଥାଇ ନିର୍ଦ୍ଦୋଷ ବୋଲଇ

 ଆମେ ହେଉ ସୂଚୀବନ୍ତ।


ସହର କେବେ ତ କରେ ନାହିଁ ଦୋଷ

 ଅବା କେଉଁ ଅପରାଧ

କରୁଥାଉ ସର୍ବ କୁକର୍ମ ଆମେ ଯେ

 କୁସଙ୍ଗେ ଆମେ ଆବଦ୍ଧ।


ତା ବକ୍ଷରେ ଜାଗା ଦେଲା ତ ଆମକୁ

  ମେଲିଦେଲା ତା ପଣତ

ସବୁର ଫାଇଦା ଉଠେଇଲେ ଆମେ

 କଲେ ପୁଣି ରକ୍ତପାତ।


ହସିହସି ସିଏ ସର୍ବଂସହା ହେଲା

 ଅପବାଦ ପୁଣି ଦେଲେ

ତା ବକ୍ଷର ନୀର ପାନ କରି ଆମେ

 ତୃଷା ନିବାରଣ କଲେ।


କାହୁଁ କେତେନଆଡୁ ଘୁରିନଘୁରି ଆସି

  ବସତି ସ୍ଥାପନ କଲେ

ଅନ୍ନ ଦାନା ପାଣି ଦେଲା ପୁଣି ସିଏ

 ତାକୁ ବଦନାମ କଲେ।


ସର୍ବ ଧର୍ମ ଯହିଁ ଥାଏ ବିରାଜିତ

 ସିଏ କି ଦୂଷିତ ହୋଇ

ସାର୍ବଭୌମତାର ବାରତା ଯେ କହି

 ତ୍ରିରଙ୍ଗା ଉଡଇ ତହିଁ।


ଗଢି ଉଠେ ଆଜି ଆଭିଜାତ୍ୟ ପରା

 ଦେଶେ ଦେଶେ ପରିଚିତ

ତାହାରି ନାମରେ ହୁଅତ ପୂଜିତ

 କାହିଁ କରୁଛ ନିନ୍ଦିତ ?


ଦୂଷିତ ଆମର ମନ ଓ ଭାବନା

 ତାକୁ ଆଗ ସ୍ୱଚ୍ଛ କର

ଦୂଷିତ କହିଣ ସହରକୁ କେବେ

 ଅଣଦେଖା ତ ନକର।


ପୂଣ୍ୟ ପବିତ୍ର ର ଆତ୍ମା ଯେଉଁଠାରେ

 ହୋଇ ଥାଇ ସଂସ୍ଥାପନ

ତା ପଦ ଯୁଗଳେ ପ୍ରଣିପାତ କର

 ତା ଠାରୁ ଆଶିଷ ଘେନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍