ପୂଜ୍ୟାସ୍ପଦ ପ୍ରିୟ ଜନନୀ ମୋର
ପୂଜ୍ୟାସ୍ପଦ ପ୍ରିୟ ଜନନୀ ମୋର
ମାତୃଗରଭରୁ ଭୂମିଷ୍ଠ ହେଇ
ସର୍ବ ପ୍ରଥମରେ ପାଇଲି ଯା ଛୁଆଁ
ଯାହାରି ନାମେ ସୃଷ୍ଟି ପରିଚୟ ମୋର
ସେହି ତ........,ଜନନୀ ଜନ୍ମଭୂମି
ପୂଜ୍ୟସ୍ପଦ ମୋର ଗାଁ...।।
ଯାହାରି କୋଳରେ ଚାଲିଶିଖି ଦିନେ
ମାଁ ପାଖେ କରେ କେତେ ଦୁଷ୍ଟାମି
ସାଙ୍ଗସାଥି ମେଳେ ଖେଳି ଲୁଚକାଳି
ବୁଲେ କେତେ ନଇଁ ପୋଖରୀ ତୁଠ-
ଆମ୍ବ ବଗିଚା ଆଉ ଜାମୁକୋଳି ଚୋରୀ
କୋଳ ଯା'ର ମୋର ଖେଳ ଅଗଣା
ସାଇତିଛି ଯିଏ ମୋ ପିଲାଦିନ ସ୍ମୃତି
ସେହି ତ ମୋହରି ଗାଁ.....।।
ବାନ୍ଧିଛି ଯିଏ ମତେ ଏପରି ଏକ
ସମ୍ପର୍କ ଡୋରୀରେ
ଯୋଉଠି ପର ବି ଆପଣ କହେ
ମାଁ ରୂପେ ଏଠି ପ୍ରେମର ମୂରତୀ
ହେଇଛନ୍ତି ସତେ ଉଭା
ନିଃସ୍ୱାର୍ଥ ନିର୍ମଳ ପ୍ରେମପୂର୍ଣ୍ଣ
ପ୍ରତିଟି ଶବ୍ଦ ତାଙ୍କ ଏହାର ପ୍ରମାଣ,
ଏହି ତ ମୋହରି ଗାଁ, ଯୋଉଠି
ନିର୍ଭୟରେ ଉଡ଼ିବୁଲେ ମୁକ୍ତ ବିହଙ୍ଗଟିଏ ହେଇ
ସ୍ନେହର ବାସ୍ନାରେ ମହକି ଯାଉଥିବା
ମୋ ଗାଁ ର ଆକାଶ ତଳେ ।।
ଯାହାର କୋଳେ ଶୋଇ
ରାତିରେ ଦେଖେ ମୁଁ ଜହ୍ନ ମାମୁଁ କୁ
ଯାହା କୋଳେ ଭାବେ
ନିଜକୁ ସର୍ବଦା ନିରାପଦ ମୁଁ
ଯା ବାୟୁ ପରସେ ଜୀବନ ସଂଚାରେ
ମୋ ପିଣ୍ଡ ପ୍ରାଣରେ
ପାଦୁକା ପରି ଯା ଜଳକୁ ନିତି ମୁଁ
ସେବନ କରେ, ସେହି ତ
ଜନନୀ ମୋର ଜନ୍ମମାଟି ମାଁ...।।
ଶାଶୁ ଘରୁ ଝିଅ ଆସେ
ଯେବେ ତା ଜନ୍ମମାଟିକୁ
ଛାଡି ତା ଶାଶୂଘର ଲାଜ ସରମ
ଭୁଲିଯାଇ ଦେଢଶୁର ଭାଇବ ରୀତିନୀତି
ସାଜିଯାଏ କିଛି କ୍ଷଣ ପାଇଁ
ମାଁ ବାପାଙ୍କର ଛୋଟ ଝିଅଟିଏ
ଏହି ତ ମୋହରି ଗାଁ...........;
ଏହିସବୁ ହୁଏ କେବଳ ମୋ ଗାଁ ରେ
ସବୁଠୁ ସୁନ୍ଦର ସବୁଠୁ ବଢିଆ
ମୋ ମାଁ ମାଟି....ମୋର ଗାଁ......।।
............ଜନନୀ ଜନ୍ମଭୂମିଶ୍ଚ
ସ୍ୱର୍ଗଦପିଗରୀୟସୀ..............।।
