STORYMIRROR

Apalata Aruk

Others

4  

Apalata Aruk

Others

ପୂଜିବା ମାଆ ମଙ୍ଗଳା

ପୂଜିବା ମାଆ ମଙ୍ଗଳା

1 min
280


ଚଇତି ମଙ୍ଗଳ  ବାରଟି  ମଙ୍ଗଳ
ପୂଜିବା ମାଆ ମଙ୍ଗଳା,
ଦେଇ ନାଲି ଚୁଡି କଳା ପାଟ ଶାଢୀ
ପିନ୍ଧାଇ ମନ୍ଦାର ମାଳା।

ନାରିକେଳ ଜଳ ନାନା ଫୁଲଫଳ
ତା' ପାଖେ ଲଗାଇ ଭୋଗ,
ପ୍ରଫୁଲ୍ଲ ଚିତ୍ତରେ ପୂଜିବା ପୟରେ
ଢାଳି ଭକ୍ତି ଅନୁରାଗ ।

ଭକତବତ୍ସଳା ସେ ମାଆ ମଙ୍ଗଳା
ଭକ୍ତିରେ ଭାବ ତାଙ୍କର,
ପାପୀ ପାଇଁ କ୍ଳେଶ ଭକ୍ତକୁ ଆଶିଷ
ଏଇତ ତାଙ୍କ ବିଚାର ।

  ଲଭିବା କରୁଣା କରି ଉପାସନା
ଗାଇ ବନ୍ଦନା ତାହାର,
କଲ୍ଯାଣକାରିଣୀ ମାଆଙ୍କୁ ମାଗୁଣି
ଜଗତ ହେଉ ଉଦ୍ଧାର ।

ଅପଲତା ଆରୁକ


Rate this content
Log in