Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Inspirational Others

4.5  

kahnu charan sahu

Inspirational Others

ପୁସ୍ତକ

ପୁସ୍ତକ

1 min
24.3K



ବନ୍ଧୁଟିଏ ହୋଇ ଅନେକ ଶିଖାଏ

ଜୀବନର ଚଲାପଥେ

ଅଜ୍ଞାନ ଅନ୍ଧାର ହୃଦୁ କରି ଦୂର

ବଞ୍ଚିବା କଳା ଶିଖାଏ ।


ସର୍ବଶ୍ରେଷ୍ଠ ହୁଏ ସାମାନ୍ୟ ମାନବ

ତୁମକୁ କରି ନିଜର

ନୂଆ ଇତିହାସ ରଚି ପୃଥୀ ପୃଷ୍ଠେ

ସମାଜେ ଲଭେ ଆଦର ।


ଜ୍ଞାନ ଗନ୍ତାଘର ଶବ୍ଦ ସମାହାର

ନିର୍ଜୀବେ ତୁମେ ଜୀବନ

ସଫଳତା ସ୍ୱାଦ କରି ଅନୁଭବ

ପୂରଣ ହୁଏ ସପନ ।


ଅମା ଅନ୍ଧକାରେ ଆଲୋକର ଆଭା

ଦେଖାଅ ଚାଲିବା ପଥ

ଗୀତା, ଭାଗବତ, ବେଦ ଓ ପୁରାଣ

ଜୀବନରେ ତୁମେ ଶ୍ରେଷ୍ଠ ।


ଏକତା ମଧ୍ୟରେ ବିଭିନ୍ନତା ଅଟ

ବିଜ୍ଞାନ କଳା ବାଣିଜ୍ୟ

ସମସ୍ତ କ୍ଷେତ୍ରରେ ଆଣଯେ ଉନ୍ନତି

ଭୁଲି ହୁଏନି ସାହାର୍ଯ୍ୟ ।


ପୁସ୍ତକ ମାଧ୍ୟମେ ସୁଦୃଢ ହୁଅଇ

ମାନବ ଚେତନା ଶକ୍ତି

ସର୍ବ ସମସ୍ୟାର ସମାଧାନ ଘଟି

ସମସ୍ୟାରୁ ମିଳେ ମୁକ୍ତି ।


ପ୍ରବନ୍ଧ ନିବନ୍ଧ ଗଳ୍ପ ଉପନ୍ୟାସ

କବିତାର ଅନୁଭବ

ବିଜ୍ଞ ବୈଜ୍ଞାନିକ କରି ବିଶ୍ଳେଷଣ

ନାଶେ ଭୟ ବିଶାରଦ ।


ସାହିତ୍ୟ ସଂସ୍କୃତି ଶିକ୍ଷା ଓ ସଭ୍ୟତା

ସବୁରି ତୁମେ ଆରମ୍ଭ

ହୃଦୟ ପ୍ରଦେଶେ ଭରି ଦିଅ ତୁମେ

ଧର୍ମ ଧୌର୍ଯ୍ୟ ଶକ୍ତି ଧମ୍ଭ ।


ଅମର ଅସ୍ତିତ୍ଵ ଅଜ୍ଞାନୀର ଜ୍ଞାନ

ଅସରନ୍ତି ଅନୁଭୂତି

ଅତୀତ ଭବିଷ୍ୟ ରଚିପାର ତୁମେ

ଶିଳ୍ପ ସଂସ୍ଥା ପୁଣି ବୃତ୍ତି ।।





Rate this content
Log in