ପୁରୁଷୋତ୍ତମ ଧାମ ପୁରୀ
ପୁରୁଷୋତ୍ତମ ଧାମ ପୁରୀ
ଓଡ଼ିଶାର ପବିତ୍ର ପୁରୀ ଧାମ
ଭାରତର ଚାରି ଧାମ ମଧ୍ୟରେ ଏକ
ଶ୍ରୀକ୍ଷେତ୍ରରେ ବିଜେ ପ୍ରଭୁ ଜଗନ୍ନାଥ
ବୋଲାନ୍ତି ଉତ୍କଳର ବଡ଼ ଠାକୁର ।
ପ୍ରଭୁ ଶ୍ରୀନାଥଙ୍କ ଷୋହଳ ନାମ
ନିଅନ୍ତି ଯେଉଁ ଭକ୍ତ ଗଣ
ଦୂର ହୁଏ ସବୁ ମନର ଚିନ୍ତନ
ନ ଭୋଗେ ଭକ୍ତ ଦୁଃଖ ଜାଣ ।
ଏକଟନ ଓଜନର ସେ ନୀଳଚକ୍ର
ମନ୍ଦିରର ଉପରି ଭାଗରେ ଅବସ୍ଥିତ
ଯେଉଁ କୋଣେ ଥାଇ ମଧ୍ୟ ଦେଖିଲେ ଭକ୍ତଗଣ
ସୁଦର୍ଶନ ଚକ୍ର ଅନାଇ ଥାଏ ତାଙ୍କରି ମୁହଁ ।
ପତାକା ସେ ଶ୍ରୀ ଜଗନ୍ନାଥ ମନ୍ଦିରର
ନାହିଁ ସେଠି ପବନର କରାମତି ଜାଣ
ପବନର ବିପରୀତେ ଉଡ଼ଇ ବାନା ଫରଫର
ବୈଜ୍ଞାନିକ ପାଶେ ମଧ୍ୟ ନାହିଁ ଉତ୍ତର ତାର ।
ଦିନର ହେଉ ସେ ଯେକୌଣସି ସମୟ
ଛାଇ ନ ଦିଶେ ଶ୍ରୀମନ୍ଦିର କି ଅରୁଣସ୍ତମ୍ଭର
ମହିମା ସେ ତିନି ଭାଇଭଉଣୀଙ୍କର
ଜଗନ୍ନାଥ ସୁଭଦ୍ରା ବଳଭଦ୍ର ତାଙ୍କ ନାମ ।
ବିହଙ୍ଗ ହେଉ କି ବିମାନ
ନଉଡ଼ଇ ଶ୍ରୀ ମନ୍ଦିର ଉପରେ ଜାଣ
ଦିନ ହେଉ ଅବା ରାତି
ନ ହୁଏ ଏମିତି କେଉଁ ତିଥି ।
ଚାରି ଦ୍ଵାର ମଧ୍ୟେ ମୁଖ୍ୟ ଦ୍ଵାର
ସମୁଦ୍ର ଲୋହରୀର ଶବଦକୁ କରିଦିଏ ଶାନ୍ତ
ପାଦ ରଖିବ ଯେବେ ସିଂହଦ୍ୱାରେ
ବୋହିବ ଶାନ୍ତିର ଶୀତଳ ପବନ ।
ପୁରୁଷୋତ୍ତମ ଧାମର ବିରାଟକାୟ ବୃକ୍ଷ
ବଟ ବୃକ୍ଷ ଭାବେ ସଦା ପୂଜିତ
ନହୁଏ କେବେ କୌଣସି କ୍ଷତି ତାର
ହେଉ ପଛେ ଯେତେ ଝଡ଼ ବତାଶ ।
ରହସ୍ୟ ସେ ସୁସ୍ୱାଦୁ ମହାପ୍ରସାଦର
ଉପର ଆଗ ତଳ ପଛ ହୋଇ ସିଝଇ
ସାତ ମାଟି ହାଣ୍ଡିର ଅନ୍ନପୂର୍ଣ୍ଣା ଭାତ
ଛପନ ଭୋଗରେ ପୂଜିତ ଆମ ଜଗନ୍ନାଥ ।
ଭକ୍ତ ସଂଖ୍ୟା ଥାଉ ଲକ୍ଷ କି ହଜାର
ପ୍ରସାଦ ନହୁଏ କେବେ ବଳକା କି ଶେଷ
ଅବଢ଼ା ସାଥେ ଡଙ୍କ ତୋରାଣି
ଦିଏ ସଭିଙ୍କ ମନ ଭୁଲାଇ ।
ଓଡ଼ିଆମାନଙ୍କ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ
ରଥଯାତ୍ରା ସମୟରେ ଦିଅନ୍ତି ସଭିଙ୍କୁ ଦର୍ଶନ
ବାର୍ଷିକ ମହୋତ୍ସବ ଏ ମହାପ୍ରଭୁଙ୍କର
ମାଉସୀ ବାଡି ବୁଲି ଆସନ୍ତି ଜଗତର ନାଥ ।
ବଡ଼ଦାଣ୍ଡେ ପ୍ରଭୁ ଯେବେ ରଥେ ଯା'ନ୍ତି ବସି
ସ୍ୱର୍ଗ ସମ ହୋଇ ଯାଏ ଏ କଳିଙ୍ଗ ମାଟି
ନବକଳେବର ହୁଏ ଯେବେ ତିନି ମୁରତିର
ଅପୂର୍ବ ଦର୍ଶନ ମିଳେ ମହାପ୍ରଭୁଙ୍କର ।
କୁହନ୍ତି ଚାରି ଧାମରେ ଶ୍ରୀବିଷ୍ଣୁ ବିଜେମାନ
ପୁରୀଧାମରେ ଆସି କରନ୍ତି ଭୋଜନ ଗ୍ରହଣ
ତୁଳସୀ ବଣର ସେ କଳା ତୁଳସୀର ମାଳ
ସବୁଠାରୁ ପ୍ରିୟ ପରା ମୋ ଚକାଡୋଳାର ।
ଦେହତ୍ୟାଗ ଯେବେ ଶ୍ରୀକୃଷ୍ଣଙ୍କ ହୋଇଲା
ଅନ୍ତିମ ସଂସ୍କାର ପରେ ଦେହ ପଞ୍ଚତତ୍ତ୍ୱରେ ମିଶିଲା
ହୃଦୟ ଯେ ଶରୀରର ଜୀବନ୍ତ ରହିଲା
ଶ୍ରୀଜଗନ୍ନାଥଙ୍କ କାଷ୍ଠ ମୂରତିରେ ରହିଅଛି ପରା ।
ବିଚିତ୍ର ଏ ସଂସାରେ ଯେବେ ଦୁଃଖ ଆସେ ଅସରା
ଭକ୍ତଙ୍କ ଗୁହାରି ଶୁଣି ମହାପ୍ରଭୁ ଦୂର କରନ୍ତି ତାହା।
