STORYMIRROR

DR PRASANTA KUMAR BISWAL

Others

3  

DR PRASANTA KUMAR BISWAL

Others

ପୁଞ୍ଜା ପୁଞ୍ଜା ସ୍ମୃତି

ପୁଞ୍ଜା ପୁଞ୍ଜା ସ୍ମୃତି

1 min
307

ସହରର ଛାତି ଭିତରୁ

ମନ ହରିଣୀଟି ଧାଇଁ ପଳାଏ

ଗାଁର ସବୁଜ ପ୍ରାନ୍ତରକୁ ।


ଧାନବିଲ ଶଙ୍ଖଚିଲ

ଜାତିଜାତି ତାଳତମାଳ ଡାଳରେ

ଝୁଲୁଥିବା ପୁଞ୍ଜା ପୁଞ୍ଜା

ବାଇଚଢେଇର ବସାକୁ ।

ସ୍ମୃତିର ସେ କୃଷ୍ଣଚୂଡା

ରଙ୍ଗୀନ ଫୁଲମାନ

ଶିହରିତ କରନ୍ତି କେତେ ତନୁମନ ।

ନଈପହଁରା ମାଛଧରା

ତାଳସଜ ତୋଳା

ଜାମୁକୋଳି ବେଳା

ଗୋବର ପଲସ୍ତରା ଖଳାରେ

ଶୀତଦିନ ଖରାପିଠିଆରେ

ଶୁଖୁଆ ପୋଡା ସହ ଆମ୍ବୁଲ ରସୁଣ

ପତର ପତୁଆ ସାଙ୍ଗକୁ ପୋଡା ବାଇଗଣ

ପୋଡ଼ପିଠା ଖାଇଲାବେଳେ

କମବେଶି ନେଇ

ଛଡାକାମୁଡାର ଭିତ୍ତି

ଯେତେସବୁ ରହିଛି

ନାଚିଉଠେ ଅତୀତର ଇତିବୃତି ।


ଦିନ ତ ଚାଲିଗଲା ତା ବାଟରେ

ଡେଣାମେଲାଇଲା ରାତି

ମନସିନ୍ଦୁକରେ ସାଇତା ହୋଇଛି

ଅତୀତର ଯେତେ ସ୍ମୃତି ।

ଆଜି କିନ୍ତୁ ସବୁ ସ୍ବପ୍ନ ଲାଗେ

ଗୁରୁବାର ଝୋଟି

ଡାକ ପିଅନର ଘଣ୍ଟି ।

ସେକାଳ ପଖାଳ

ରଜଦୋଳି ଖେଳ

ମାନସ ହଂସରୁ ଉତୁରି ଆସେ

କେବେ କାଗଜର ଛାତିକୁ ।

ଗାଁ ଆଜି ସହର ଲାଗୁଛି

ନଡାଛପର ବୁକୁରେ

ଇଟାପଥର ମଥା ଟେକିଛି।

ଏଲିଡ ଆଲୁଅ ସାଙ୍ଗକୁ

ରାସ୍ତା ସବୁ ସିମେଣ୍ଟ କଂକ୍ରିଟ ହୋଇଛି ।

ଗୋଷ୍ଠୀ ବିନା

ଗାଁ ଆଜି ସହର ବାସୁଛି ।

ନା ଅଛି ପରିବାରର ପରିବାରତ୍ବ

ନା ଅଛି ମଣିଷର ମଣିଷତ୍ବ

ତ୍ଯାଗ ପ୍ରେମର ଛାତି ଚିରି

ସ୍ବାର୍ଥ ଅସହିଷ୍ଣୁତା

କାୟା ବିସ୍ତାର କରିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍