Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

3  

Shiba Charan Mahapatra

Others

ପୁନରପି ଜନମଂ ପୁନରପି ମରଣଂ

ପୁନରପି ଜନମଂ ପୁନରପି ମରଣଂ

1 min
205



ଏବେ ସବୁ ପଥ ଏକାପରି..!!


ବସ୍ତାନି ଭିତରେ ସୁଖ ଅଣ୍ଡାଳୁ ଅଣ୍ଡାଳୁ

ବଦଳିଯାଏ ଗୋଧୂଳିର ବାସ୍ନା

ଝର୍ଣା ସବୁ ଫେରିଯା'ନ୍ତି ପଥର ଖୋଲ

ବେଳାଭୂମି ବାଲିରେ ନିଶ୍ଚିହ୍ନ ଯୋଡ଼ିଏ ଓଦା ପାଦ ଓ ଆମେ

ଅନବରତ ଯାତ୍ରା ଆରମ୍ଭିଛୁ ଅନ୍ଧାର କୋଳକୁ..!!


ଘୁମେଇ ପଡ଼ିଲେଣି ସ୍ୱପ୍ନଭୁକ୍ ଆଖି ହଳେ 

ଆର ସନକୁ କଥା ଦେଇ

କୃଷ୍ଣଚୂଡ଼ା ପୋଛିନେଇଛି ମୁହଁ ସଂଜ ରଙ୍ଗ

ବାପା ଫେରିଲେଣି ମାଟି କୋଳକୁ ମାଟି ହୋଇ

ମା ବନ୍ଧା ପଡ଼ିଛି ଦୁଃଖ ଦୁଆରେ ଆମ ଖୁସି ପାଇଁ ଓ ଆମେ

ଅନବରତ ଯାତ୍ରା ଆରମ୍ଭିଛୁ ଅନ୍ଧାର କୋଳକୁ..!!


ପକ୍ଷୀ ଲେଉଟିଲେଣି ନୀଡ଼

ବାଟ ଭୁଲି ଆମ ଭାଗରେ ପୁଣିଥରେ ବର୍ଷିଛି ଝଡ଼ ,

ଝଙ୍କାଳିଆ ବରଗଛ ଚୁପ୍ ଚାପ୍ ପରକରୁଛି ଇଷତ୍ ହଳଦିଆ ପତ୍ର

ଆଉ କ'ଣ ଯେ ,ଆମ ଯାତ୍ରା ସେମିତି ଚାଲିଛି ଅନବରତ..!!


ଗୋଟେ ପତ୍ର ବିୟୋଗରେ କ'ଣ ବରଗଛ ମରେ କାହାଣୀ ସରେ..!?

"ପୁନରପି ଜନମଂ ପୁନରପି ମରଣଂ

ପୁନରପି ଜନନୀ ଜଠରେ ଶୟନଂ "

ଏ ଯାତ୍ରା ଚାଲିଛି ଚାଲିଥିବ ଯୁଗ ଯୁଗ ବ୍ୟାପ୍ତ..!!

:

:

ଆହାଃ ସେ ଝଙ୍କାଳିଆ ବରଗଛ କେତେ ସୁନ୍ଦର ତଥାପି 

ଆସ ଆଜି ଯାତ୍ରା ଆରମ୍ଭିବା ଅନନ୍ତ ବ୍ରହ୍ମାଂଡ..!!


Rate this content
Log in