STORYMIRROR

Anam Charan Sahoo

Others

3  

Anam Charan Sahoo

Others

ପୁଲୱାମାର ଆହ୍ବାନ

ପୁଲୱାମାର ଆହ୍ବାନ

1 min
246

ଆତଙ୍କବାଦୀଙ୍କ ଭୂସ୍ବର୍ଗ କାଶ୍ମୀର

ପୁଲୱାମା ପାଏ ଦୁଃଖ

ଏକଚାଳିଶିଟି ସନ୍ତାନ ହରାଇ

କିଏ ବା ଲଭିବ ସୁଖ!

ଶୃଗାଳ କି କେବେ ସମ୍ମୁଖ ଯୁଦ୍ଧରେ

ଲଢିବା ଦେଖିଛି କିଏ

ସିଂହ ଛୁଆ ସିନା ଲଢିପାରେ ଏକା

ହୃଦୟେ ତା ଦମ୍ଭ ଥାଏ।

କାପୁରୁଷ ଏକା ଅଟେ ଯେ ବର୍ବର

ଲୁଚିଛପି କରେ ରଣ

ସାହସୀ ଯୋଦ୍ଧାତ ବୀର ସଇନିକ

ଲଢନ୍ତି ଦେଇ ପରାଣ।

ଜଳ,ସ୍ଥଳ ଅବା ହେଉ ମହାକାଶ

ଲଢ ଆସି ବୀରପଣେ

ଛାତି ଚିରି ତୁମ ଲହୁ ଯିବେ ପିଇ

ମୋ କୋଳର ବୀର ରଣେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍