STORYMIRROR

JAGYASINI PARIDA

Others

3  

JAGYASINI PARIDA

Others

ପତ୍ନୀ

ପତ୍ନୀ

1 min
200

ପତିର ସେ ଅଟେ ଅଧା ଅଙ୍ଗ ବୋଲି 

ନାମ ତାର ଅର୍ଦ୍ଧାଙ୍ଗିନୀ

ଜୀବନର ଯେତେ ଝଡ଼ ଝଞ୍ଜାକୁ

ପୁଣି ହସି କରେ ସେ ସାମ୍ନାସାମ୍ନି। 


ବିବାହ ବେଦୀରେ ହୋମନିଆଁ ସାଥେ 

ତା କୁଆଁରୀ ସୁଖ ଯାଏ ଜଳି 

ସବୁ ଜାଣିଥାଏ ତଥାପି ବି ସେ 

ଘରଲୋକଙ୍କ ପାଖେ କରେ ଅଳି। 


ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା 

କରିଦିଏ ତାକୁ ପର 

ଆଖି ଲୁହ ତାର ଓଠ ପିଇଯାଏ 

ହୋଇ ଆତ୍ମୀୟଙ୍କଠୁ ଦୂର। 


ଶାଶୁଘରେ ସେ ପାଦ ଦେଉ ଦେଉ ଭାବେ 

ଏ ଘର ମୋ ସରଗପୁର 

ତଥାପି କାହିଁକି ସଭିଏଁ କରନ୍ତି 

ଝିଅ ବୋହୂ ମଧ୍ୟରେ ବାଛବିଚାର। 


ଏମିତି ହସିବୁନି, ସେମିତି କରିବୁନି 

ଶାଶୁଙ୍କର କେତେ ନୂଆନୀତି

ସେଥିରୁ ଯଦି ବାହାରିଗଲା ସେ 

ସରିଯାଏ ତାଙ୍କ ପ୍ରୀତି। 


ସଭିଙ୍କ ମନକୁ ପରଖି ସେ 

ରାନ୍ଧେ ନିତି ନୂଆ ତିଅଣ

ପ୍ରିୟ ହେବା ଲାଗି ସଭିଙ୍କର ପାଶେ 

ପାଇଥାଏ କେତେ କଷଣ। 


ତା ତ୍ୟାଗର ମୂଲ୍ୟ କେହି ନ ବୁଝନ୍ତି 

କହନ୍ତି ଅନେକ କଥା 

କହିଲେ ଅବା କିଏ ସେ ବୁଝିବ

ତାର ସେ ମରମ ବ୍ୟଥା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍