ପତିତା
ପତିତା
ଶୁଭ ଲଗନକୁ ଅପେକ୍ଷା କରିଛି
ଟୋପାଏ ସିନ୍ଦୂରପାଇଁ,
ଗଣ ଧର୍ଷଣର ଶିକାର ହୋଇ ସେ
ସିନ୍ଦୂରପାଇଲା ନାହିଁ,
କେ ଦେବ କହ ହେ ଭାଇ,
ସମାଜ କହୁଛି କଳଙ୍କ ଲାଗିଛି
ସିନ୍ଦୂରକୁ ଯୋଗ୍ୟ କାହିଁ ।
ସମାଜ କେବେବି ଦେଇନି ସିନ୍ଦୂର
ଜୀବନକୁ ଜାଳି ଜାଳି,
ଲକ୍ଷ୍ୟହୀରା ଆଜି ସାଜିଛି ସୁନ୍ଦରୀ
ଟୋପାଏ ସୁନ୍ଦୁର ଭୁଲି,
ସିନ୍ଦୂରରେ ଲୁହ ଢ଼ାଳି,
ନିଇତି ରାତିରେ ନାଇଛି ସିନ୍ଦୂର
ସକାଳେ ପୋଛିବ ବୋଲି ।
ହଠାତ ସେଦିନନୂଆ ଗରଖଟେ
ଶଙ୍ଖା ଓ ସିନ୍ଦୂରଦେଲା,
ବିନା ସିନ୍ଦୂରରେ ଜମା ଛୁଇଁବନି
ନାଇଦେ ମୋତେ କହିଲା,
ଆଖିକୁ ସାକ୍ଷୀ ରଖିଲା,
କହ କାହା ପାଇଁ ଆସିଲ ଏଠିକି
କି ଦୋଷ ତୁମର ଥିଲା ।
ସ୍ୱାର୍ଥ ଲୋଭୀ ଆଉ ହେଲିନି ସେ ବେଳେ
କହିଲି ବାହୁଡ଼ି ଯାଅ,
ସିନ୍ଦୂରନେବାକୁ ନାହିଁ ମୋ ଯୋଗ୍ୟତା
ତୁମେ ବନ୍ଧୁ ଫେରିଯାଅ,
ହସି କହିଲା ସେ ରୁହ,
ତାହାରି ହାତର ସିନ୍ଦୂରକହିଲା
ପତିତା ଉଦ୍ଧାର ପାଅ ।
