ପତିତ ହେଲିକି ଏତେ
ପତିତ ହେଲିକି ଏତେ
ପତିତ ହେଲିକି ଏତେ
ଶୁଣୁନାହଁ ଜମା ମୋତେ
ଶ୍ରବଣେ କି ହେଲ କ୍ଷାମ
କରୁଅଛ ମୋତେ ଭ୍ରମ
ଅବା ପ୍ରଭୁ ମୋତେ ତୁମେ
ଭାବୁଛ ଏତେ ଅଧମ
ଏ କି ବିଚାର ତୁମ ହେ ଘନଶ୍ୟାମ
ଇଛାମୟ ତୁମେ ହରି
ଇଛାକଲେ ଅବତରି
ଇଛା କରି କର ଆଳ
ଯେବାଞ୍ଛେ ଯେପରି ଫଳ
ମୋବେଳକୁ ପଥ କାହିଁ
କରୁଛ ଏତେ ସଂକୁଳ
ଲୀଳାମୟ ବୋଲି ଏକି ଲୀଳାଖେଳ
ତୁମେ ପ୍ରଭୁ ଦୟାମୟ
ଦୁଃଖୀ ଜନେ ସାହା ହୁଅ
କୃପା କଲେ ତୁମେ ହରି
ପଙ୍ଗୁ ଲଂଘି ପାରେ ଗିରି
ତୁମ ଦୟା ନପାଇଲେ
ପାରିବିକି ସିନ୍ଧୁ ତରି
ଆହେ ଦୟାମୟ ହେ ବିଶ୍ୱବିହାରୀ
ତୁମେ ସେହି ଯଦୁପତି
ତୁମେ ସେହି ରଘୁପତି
ବ୍ରହ୍ମାଣ୍ଡର ତୁମେ ଶକ୍ତି
ଅଧୀଶ୍ବର ଅଧିପତି
ଭାଷା କେବେ କହିପାରେ
ତୁମ ମହିମା ଶକତି
ତୁମେ ଏକା ସାହା ତୁମେ ଗତି ମୁକ୍ତି
ପତିତ କର ଉଦ୍ଧାର
କଟାକ୍ଷ ଦେଇ ମାତର
କଟାକ୍ଷ ମୋଠାରେ ଥରେ
ପଡନ୍ତା କି ମୋର ପରେ
ନିସ୍ତରି ଯାଆନ୍ତି ପ୍ରଭୁ
ଭବ ମାୟାର ସାଗରେ
ଏତିକି ମିନତି କରେ ଶ୍ରୀ ପୟରେ
ପ୍ରଶାନ୍ତ କୁମାର ହୋତା