STORYMIRROR

Prasanta kumar Hota

Others

3  

Prasanta kumar Hota

Others

ପତିତ ହେଲିକି ଏତେ

ପତିତ ହେଲିକି ଏତେ

1 min
566


ପତିତ ହେଲିକି ଏତେ

ଶୁଣୁନାହଁ ଜମା ମୋତେ

ଶ୍ରବଣେ କି ହେଲ କ୍ଷାମ

କରୁଅଛ ମୋତେ ଭ୍ରମ

ଅବା ପ୍ରଭୁ ମୋତେ ତୁମେ

ଭାବୁଛ ଏତେ ଅଧମ

ଏ କି ବିଚାର ତୁମ ହେ ଘନଶ୍ୟାମ


ଇଛାମୟ ତୁମେ ହରି

ଇଛାକଲେ ଅବତରି

ଇଛା କରି କର ଆଳ

ଯେବାଞ୍ଛେ ଯେପରି ଫଳ

ମୋବେଳକୁ ପଥ କାହିଁ

କରୁଛ ଏତେ ସଂକୁଳ

ଲୀଳାମୟ ବୋଲି ଏକି ଲୀଳାଖେଳ


ତୁମେ ପ୍ରଭୁ ଦୟାମୟ

ଦୁଃଖୀ ଜନେ ସାହା ହୁଅ

କୃପା କଲେ ତୁମେ ହରି

ପଙ୍ଗୁ ଲଂଘି ପାରେ ଗିରି

ତୁମ ଦୟା ନପାଇଲେ

ପାରିବିକି ସିନ୍ଧୁ ତରି

ଆହେ ଦୟାମୟ ହେ ବିଶ୍ୱବିହାରୀ


ତୁମେ ସେହି ଯଦୁପତି

ତୁମେ ସେହି ରଘୁପତି

ବ୍ରହ୍ମାଣ୍ଡର ତୁମେ ଶକ୍ତି

ଅଧୀଶ୍ବର ଅଧିପତି

ଭାଷା କେବେ କହିପାରେ

ତୁମ ମହିମା ଶକତି

ତୁମେ ଏକା ସାହା ତୁମେ ଗତି ମୁକ୍ତି


ପତିତ କର ଉଦ୍ଧାର

କଟାକ୍ଷ ଦେଇ ମାତର

କଟାକ୍ଷ ମୋଠାରେ ଥରେ

ପଡନ୍ତା କି ମୋର ପରେ

ନିସ୍ତରି ଯାଆନ୍ତି ପ୍ରଭୁ

ଭବ ମାୟାର ସାଗରେ

ଏତିକି ମିନତି କରେ ଶ୍ରୀ ପୟରେ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍