STORYMIRROR

Usharani Sahoo

Others

3  

Usharani Sahoo

Others

ପତିପତ୍ନୀ

ପତିପତ୍ନୀ

1 min
173


ବିଧିର ଵିଧାତା ବିଶ୍ୱ ସୃଷ୍ଟିକର୍ତ୍ତା

ଗଢିଛି ସଂସାର ସୃଷ୍ଟି

ପୁରୁଷ ଓ ନାରୀ ଦୁଇ ଉପାଦାନ

ସୃଷ୍ଟିର ବିଚିତ୍ର ନୀତି।


ଦୁଇଟି ଶରୀର ଅଜଣା ଅଚିହ୍ନା

ବିଧାତା ଦେଇଛି ଯୋଡ଼ି

କାହା ପାଇଁ କିଏ କାହାର ମିଳନ

ଦେଇଛି ଖଞ୍ଜିକି ଛାଡି।


ସମୟ ହୋଇଲେ ପୁଅ ପାଇଁ ଝିଅ

ଖୋଜିଥାଏ ପରିବାର

ଉପଯୁକ୍ତ ବିଧି ଵିଧାନରେ ଦୁହେଁ

ହୋଇଥାଏ ବାହାଘର।


ପରିବାର ସମ୍ମତେ ହୋଇ ଏକମତେ

ଦଶଦିଗପାଳ ସାକ୍ଷୀ

ସେହିଦିନ ଠାରୁ ପୁଅ ଝିଅ ଦୁହେଁ

ପତିପତ୍ନୀ ଵୋଲାଅନ୍ତି।


ଵେଦି ହୋମ ନିଆଁ ସାକ୍ଷୀ ରହିଥାଏ

ଦୁହେଁ ତ ଦୁହିଁଙ୍କ ପାଇଁ

ବିପଦ ଆପଦେ ସାହା ହେବେ ଦୁହେଁ

ପରସ୍ପର କଥା ଦେଇ।


ଏକ ମନ ପ୍ରାଣ ଉଭୟେ ଚଳିଲେ

ସ୍ନେହ ରହେ ନିରନ୍ତର

ଗୋଟିଏ ମୁଦ୍ରାର ଦୁଇଟି ସ୍ଵରୁପ

ଯେହ୍ନେ କ୍ଷୀର ସଙ୍ଗେ ନୀର।


ପତିପତ୍ନୀ ମଧ୍ୟେ ପ୍ରୀତି ଭାଵ ବଢ଼େ

ସମ୍ପର୍କ ହୁଏ ମଧୁର

ସେ ଯେ ସମ୍ପର୍କ ବଢ଼ିଥାଏ ଯେବେ

ହସଇ ଘର ସଂସାର।


ପତି ଦୁଃଖେ ଦୁଃଖୀ ସୁଖରେ ତ ସୁଖୀ

ହୋଇଥାଏ ସହଚର

ସ୍ୱାମୀଙ୍କ ହୃଦୟ ମନର ଭାବକୁ

ବୁଝଇ କରି ନିଜର ।


ଉତ୍କୃଷ୍ଟ ଘରଣୀ ହୋଇଥାଏ ପତ୍ନୀ

ସ୍ୱାମୀଙ୍କ ଭାବକୁ ନେଇ

ପତ୍ନୀ ଧର୍ମ କରି ସେବା ପରାୟଣ

ଯେଉଁ ନାରୀ କରୁଥାଇ ।


ଈଶ୍ୱର ସନ୍ତୋଷ ଲାଭ କରେ ସେହି

ସାଜିଥାଏ ସୁଲକ୍ଷଣୀ

ଶଙ୍ଖା ସିନ୍ଦୂରକୁ ସଙ୍ଗତରେ ନେଇ

ହୋଇଥାଏ ଅହୈରାଣୀ।


ପତ୍ନୀର ଅସୁସ୍ଥ ସମୟରେ ଯେଉଁ

ପତି ସେବା କରୁଥାଏ

ସବୁଠାରୁ ସେହି ଶ୍ରେଷ୍ଠ ପତି ଭାବେ

ସମାଜର ଗଣାହୁଏ।


ପତିପତ୍ନୀ ମଧ୍ୟେ ବିଶ୍ୱାସ ରହିଲେ

ନ ଥାଏ ତିକ୍ତତା ଭାବ

ଯେତେ ଝଡଝଞ୍ଜା ଆସିଲେ ବି ସୁଦ୍ଧା

ବଢଇ ସମ୍ପର୍କ ବେଗ।


ପତିପତ୍ନୀ ମଧ୍ୟେ ବିଶ୍ୱାସ ନଥିଲେ

ସମ୍ପର୍କରେ ଫାଟ ହୁଏ

ଦିନ ପରେ ଦିନ ସମ୍ପର୍କ ତୁଟଇ

ପରିବାର ଭାଙ୍ଗିଯାଏ।


ପ୍ରଜାପତି ବିନା ଫୁଲର ଅସ୍ଥିତ୍ଵ

ନାହିଁ କିଛି ଦୁନିଆରେ

ପତି ଆଉ ପତ୍ନୀ ଦୁହିଁଙ୍କ ପାଇଁକି

ଗଢ଼ା ହୁଅଇ ସୃଷ୍ଟିରେ।


ପତିପତ୍ନୀ ଦୁହେଁ ଅର୍ଦ୍ଧ ଅର୍ଦ୍ଧାଙ୍ଗିନୀ

ଉଭୟ ପରିପୂରକ

ଏ ଦୁହିଁଙ୍କୁ ନେଇ ଦୁନିଆ ଯେ ହସୁ

କୃପା କର ହେ ଗୋଲକ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍