ପତି,ପତ୍ନୀ ଓ ସନ୍ତାନ
ପତି,ପତ୍ନୀ ଓ ସନ୍ତାନ
ଦିନେ ବୟସ ନ ହେଉଣୁ
ଝରି ପଡୁଥିଲି କାକର ପରି
ଘୂରି ବୁଲୁଥିଲି ପବନ ପରି ଦିନ ଆଉ ରାତି
ଯେମିତି ହୃଦୟରେ ଅନନ୍ତ ଶୋଷ
କେଉଁ ପୋଖରୀରୁ ଆଣ୍ଠୁମାଡି ପିଇବା ଅଭ୍ଯାସ।
ସମୟର ସୁଅରେ ପୋଖତ ଖେଳୱାଡ଼
ଯେମିତି ବିଶ୍ବକପ ଜିତିବାର ଜିଜ୍ଞାସା
ମୁଁ ହୁଙ୍କୁହୁଙ୍କୁ ସର୍ବଦା କାହାର ପଛରେ
ଯିଏ ତଣ୍ଟି ସରିକି ପିଇ,ପିଆଇବ।
ଏ ନୀଚ୍ଚତା ଘର ପରିବାର ଜାଣି
ବିବାହ କରେଇଲେ
ଯେଉଁଟିକୁ ମୁଁ ଜିଦ ଧରିଥିଲି
ଆଜିକାଲି ଆମେ ପତି ଆଉ ପତ୍ନୀ
ଗୋଟେ ଗଛର ଫଳ ପରି
ଦିନରାତି ପର ଉପରେ ଲୋଲୁପ
ସମୟର ସୁଅରେ ଚହଲୁଥାଉ
ସମୁଦ୍ରର ତରଙ୍ଗ ପରି।
ମୁଁ ଭାବେ ମୋ କର୍ମ ପତ୍ନୀ କିଛି ବି ଜାଣେନା
ପତ୍ନୀ ବି ମୋର ବିଷୟରେ ଜାଣିବ କେମିତି?
କେବଳ ଖେଳରେ ଖେଳରେ ମସଗୁଲ।
ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି?
ଏବେ ତ ବାପା ହୋଇଗଲି
ଯିଏ ମୋର ଔରସରୁ ହିଁ ନୁହେଁ
କେଉଁ ପର ପୁରୁଷ ବୁଣି ଦେଇଥିଲା
ମୋର କିଆରୀରେ।
ମୁଁ ବି ତ ଆଉ କାହା କିଆରୀରେ ବୁଣିଥାଏ ନିତି
ଗଜା ହୋଇ ଗଛ ବି ବାହାରିଛି ଅନେକ
ଭାରି ଛନଛନ ସେ ଗଛ ଦେଖିଲେ ହିଁ ଲୋଭେଇବ।
ଦିନେ ସତ୍ଯତା ଆସିଲା
ମୁଁ ଆଉ ସିଏ ପରସ୍ପର ଚିହ୍ନିଲୁ
କିନ୍ତୁ ଭୀଷଣ ପ୍ରତିକ୍ରିୟା
ସେ ଚାଲିଗଲା କୁଆଡେ଼ ଛାଡି ଦେଇ ସନ୍ତାନ ତାହାର
ଯିଏ ମୋର ହିଁ ନୁହଁ
ତଥାପି କାହିଁକି କେଜାଣି ମାୟାରେ ପଡି଼ଗଲି
ବିବାହ କରିଛି ବୋଲି ଗ୍ରହଣ କରିଲି।
ନ ହେଲେ ଜେଲ ଯାଇଥାନ୍ତି
ମଶା ଆଉ ଓଡ଼ଶ ବି ଶୋଷିଥାନ୍ତେ
ରକ୍ତକୁ ମୋହର।
ଧିକ !
ମୋର ପତିତ୍ବର ଭୂମିକା
କଲା କର୍ମର ଏ ଫଳ
ସୁଶୃଙ୍ଖିଳ ଅଭାବରୁ ଈଶ୍ବରଙ୍କ ଦାନ।
ଝିଅକୁ ପଢେ଼ଇଲି ଓ ବଢେ଼ଇଲି
ଇଛା ନ ଥାଇ ବି ଶୃଙ୍ଖଳାରେ
ହେଲେ ଯେମିତି ମଞ୍ଜି ସେପରି ଏ ଗଛ
ଝିଅଟି ବି ହୁଙ୍କୁହୁଙ୍କୁ
ଆଜି ଏହାର ଗାଡି଼ ପଛରେ ତ
କାଲି କେଉଁ ଲଜରେ ସମୟ।
ମୁଁ ମନା କଲି ତ କହିଲା
ଚାଲୁଣି କହୁଛି ଛୁଞ୍ଚିକୁ
ଗୋଦରି ଲୋ ନିଜ ଗୋଡ଼କୁ ଅନା।
ମୁଁ ପଛଘୂଞ୍ଚା ତା ଶକ୍ତ ପ୍ରହାରରେ।
ସେ ଚାଲିଗଲା କୁଆଡେ଼ କେଜାଣି ଜାଣି ପାଇଲିନି
କେବଳ କାଉ ହୋଇ
କୋଇଲିର ଅଣ୍ଡା ଆଉ ଛୁଆର ଯତ୍ନ ନେଇଥିଲି।
ଆଜ୍ଞା !
ଏ କାହାଣୀ ଗୋଟେ ଧୀଟ ପତିର ଅବ୍ଯକ୍ତ କୋହକୁ
ଘୃଣା କରିବନି ।
