STORYMIRROR

Akshaya Dash

Children Stories Action Children

4  

Akshaya Dash

Children Stories Action Children

ପଥର ଦୁଇ

ପଥର ଦୁଇ

1 min
7

ମନ୍ଦିର ଭିତରେ ପଥର ଦୁଇ 

ମୂରତି ଗୋଟିଏ ଆରଟି ଭୂଇଁ।

କଥା ବାର୍ତ୍ତା ଦୁଇ ଭିତରେ ହୁଏ 

ଚଟାଣ ପଥର ଦେବୀଙ୍କୁ କୁହେ।

ଖାଦନରୂ ଦୁଇ ପଥର ଦିନେ

ଆସିଥିଲେ ଭାଇ ପଡୁଛି ମନେ।

ବିଛାଇଲେ ମତେ ଭୁଇଁରେ ଆଣି 

ପୂଜା ପାଅ ତୁମେ ମାଠାକୁରାଣୀ ।

ଉପରେ  ମୋର ଜୋତାରେ ଚଢି

ଚାଲୁଛନ୍ତି ଧିକ୍ ଜୀବନ ପଡ଼ି।

ପୂଜନ୍ତି ତୁମକୁ ମୁଣ୍ଡିଆ ମାରି

 ଅପମାନ ମତେ ଲାଗଇ ଭାରି ।

ମୁରତି କହିଲେ ଭୁଲିବି କାହିଁ 

ଦୁହେଁ ଆସିଥିଲେ ଏଠାକୁ ଭାଇ।

କାରିଗର  ମୋତେ ହାତରେ ଧରି

ପିଟିଗଲା କେତେ ଛନକା ଡରି ।

ନିହାଣ ମୁନରେ ଖଣ୍ଡିଆ କରି 

ମୁଗୁର ପ୍ରହାର କରିଲା ଧରି।

ହାଣି ମାରି କାଟି ଖୋଳିଲା ବସି

ମୁଖ ହାତ ଗୋଡ଼ ଦେହକୁ ଘଷି ।

ସହିଥିଲି ବୋଲି କଷଣ ଦିନେ

ଆଜି ଦେବୀ ମତେ ପୂଜନ୍ତି ଜନେ ।


Rate this content
Log in