Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jyotsna mayee panda

Others

4  

jyotsna mayee panda

Others

ପରୁହାଁ ତିହାର

ପରୁହାଁ ତିହାର

2 mins
324


ଝlଙ୍କର୍ ବବା ଡାକ୍ଙ ଦେଲାନ୍ ଆମର ତିହାର୍ ଅlସୁଛେ

ଛନ ଛନିଆଁ ଧାନ ଡୁଲୀ ଥି ଚଷା ର୍ ମନ ନାଚୁଛେ

ଧୋବ ଫର୍ର ଫର୍ର କାଏଁସ ଫୁଲ କେ ଦେଖି କୁଆଁରୀ ହସୁଛେଁ

ଇଟା ଆମର୍ ପାରୁହାଁ ତିହାର ନୁଆଁଖାଇ ଅlସୁଛେ l


ଝlଙ୍କରେନ୍ ବୁଢ଼ୀ କlନ୍ଥି କୁଡ଼ ତାର ଛୁଇ ଲିପି ବସୁଛେ

ମlଙ୍ଗରିବୁଢ଼ୀ ତାର ଭଙ୍ଗାକlନ୍ଥିକେ ମାଟିଦେଇ କେତେ ଛାପୁଛେ

ନୁଆଁ କଁନଜି ଆଉର ନୁଆଁ ହାଁଡି କୁଁମ୍ଭlର ଧରି ଆସିଛେ

ଇଟା ଆମର ପରୁହାଁ ତିହାର ନୁଆଁଖାଇ ଅlସୁଛେ l


ନୁଆଁ ଭୁଂଗଲି ନୁଆଁ ଟୁପଲି ବେତେରେନ୍ ଧରି ଆସିଛେ

କଇଁଲି ପତର ର୍ ଖଲି ଦନା ମୁଣ୍ଡା ମାହେଜି ଅlନିଛେ

ଇଷ୍ଟ ଦେବତା କେ ଭୋଗ ଲଗାମା କେଡେ ଅଏନ ଦିସୁଛେ

ଇଟା ଆମର ପରୁହାଁ ତିହାର୍ ନୁଆଁଖାଇ ଅlସୁଛେ l


ନୁଆଁ କବଟା କେ ନୁଆଁ ଧୁତି ଆନି ଚଏତୁ ହାଟ କେ ଯାଇଛେ

ଗୁରୁବାରୀ ର୍ ମନ୍ ଜାନି କରି ପଟା ବନ୍ଧା ଧଡି ବାଛିଛେ

ତାର ବୁଆର୍ ଲାଗି ଫୁଲ ଦେଉଲି ଗlମଚ୍ଛା ଭି ଆନି ଦେଇଛେ

ଇଟା ପରେ ଆମର ପରୁହା ତିହାର ନୁଆଁ ଖାଇ ଆସିଛେ l


ସୁଲ୍ହବର୍ଣ୍ଣି ବଜା ବାଜଲl ନ ମା ଆସ୍ଥାନେ ବସିଛେ

ଲାଲ ମନ୍ଦାର୍ ର ମାଲ ପିନ୍ଧି କେଡେ ଅଏନ୍ ଦିସୁଛେ

ନୁଆଁ ଧାନ କେ ଭୋଗ ଦେଲାନ ଝାକର ଗୁସିଆଁ ଡ଼ାକୁଛେ

ଦୁନିଆଁ କେ ତୁଇ ଅରନ୍ ଦେବୁ ଗୋ ଭକତ ତୋର୍ ଡ଼ାକୁଛେ

ଇଟା ପରେ ଆମର ପରୁହାଁ ତିହାର ନୁଆଁଖାଇ ଅlସୁଛେ l


ଅଭାବ ର୍ ଦିନେ ଭାବ ର୍ ବନ୍ଧନେ ସମକୁ ବାନ୍ଧି ଦେଉଛେ

ଗାଁ ଖୁଲି ଆଜି ଜମକି ଯାଉଛେ ଢୋଲ ନିଶାନ ବାଜୁଛେ

ଖିରି ପୁରୀ ଆଉର କାକlରl ର୍ ମହକେ ଗାଁ ମହକି ଯାଉଛେ

ଇଟା ଆମର ପରୁହାଁ ତିହାର ନୁଆଁଖାଇ ଆସିଛେ l


ଭୁଲି ସବୁ ରାଗ ରିସା ସଭେ ଏକା ହେଲେ ନ

ନୁଆଁ ଖିଆ ଲଗନ୍ ଆଜିର୍ ସଭେ ନୁଆଁ ଖାଏଲେ ନ

ବଡ ବଡଖା ମୁଡ଼ିଆ ମାରି କେତେ ଉସନlକ ହେଲେ ନ

ସଭେ ଆଜିର ଗୁଟେ ହେଇ କରି ସ୍ନେହେ ବାନ୍ଧି ହେଲେ ନ

ଆଜି ସଭେ ଗୁଟେ ହେଇ ଫେର୍ ମିଶି ଗଲେନ

ଇଟା ଆମର ପରୁହାଁ ତିହାର ସଭେ ମଜ୍ଜି ଗଲେନ l



Rate this content
Log in