ପ୍ରତୟ
ପ୍ରତୟ
1 min
609
ମହାପ୍ରଭୂ,
କେବେ ଯଦି ଦେଖିବାକୁ ହୁଏ ଏଠି
ହତାଶର ନିରାଶାର ମୁଖ,
କାହିଁକି କରିବି ଦୁଖ ?
"ତୁମେଅଛ" ଏଇ ସେ ପ୍ରତୟ।
ଭରିଦେବ ଅନ୍ତରରେ ଅସରନ୍ତି ସୁଖ।
ତୁମରି ଇଚ୍ଛାରେ ହୁଏ ପ୍ରଥମରୁ ଶେଷ ଯାଏ
ବଦଳିବା ତୟ ।
ବଦଳେ ମଣିଷ ଆଉ ବଦଳେ ସମୟ ।
ଦୁଃଖ ଏଠି ସୁଖ ବି ପାଲଟେ
ଧୂଧୂ ଖରା ଲାଗେ ଛାଇପରି ପୁରା ସୁଖମୟ।
ମନର ଆଇନା ଦେଖେ
ଜୀବନରେ ଯେତେ ଜଳଛବି ।
ହେଲା କି ନହେଲା
କିଏ ଦେଲାକି ନ ଦେଲା ଏତେ କାହିଁକି ଭାବିବି ।
ହେଇପାରେ କାଲିକୁ ମୁଁ ଥିବି କି ନଥିବି ,
ଏଇ ଅଛି ଏଇ ନାହିଁ ଖେଳରେ ମୁଁ ମଶାଣିର ପାଉଁଶ ହୋଇବି ।
ଆଜି ଅଛି ଆଜି କଥା ଆଗ ବିଚାରିବି ।
