STORYMIRROR

Nibedita Mishra

Others

3  

Nibedita Mishra

Others

ପ୍ରତିଶୋଧ

ପ୍ରତିଶୋଧ

1 min
207

ମୁଁ ନାରୀ ଯୁଗ ଯୁଗ ଧରି ସୁପ୍ତ ଦଳିତ ଓ ନିଷ୍ପେସିତ

କେବେ ସୀତା କେବେ କୁନ୍ତୀ ତ କେବେ ଦ୍ରୌପଦୀ

ଅନେକ ରୂପରେ ହେଇଛି ମୁଁ ଅତ୍ୟାଚାରିତ। 


ପିତୃ ସତ୍ୟ ପାଳନ କରି ସେ ପୁରୁଷରୁ ପୁରୁଷୋତ୍ତମ 

ହେଲେ ମୁଁ ବନଗମନେ ସହଗାମିନୀ ହେଇ ବି

ସତୀତ୍ୱର ପ୍ରଣାମ ପାଇଁ ଦେଲି ଅଗ୍ନି ପରୀକ୍ଷା? 

ଚାହିଁ ଥିଲେ ନେଇ ପାରିଥାଆନ୍ତି ପ୍ରତିଶୋଧ

ତୁମର ପବିତ୍ରତା ଓ ପିତୃ ଭକ୍ତିରେ ପ୍ରଶ୍ନବାଚୀଟିଏ ସୃଷ୍ଟି କରି

କିନ୍ତୁ ପ୍ରତିଶୋଧ ନୂହେଁ ସମର୍ପଣ ମୋର ସ୍ବଭାବ। 


ବିବାହ ପରେ ବିରହର ଜ୍ଜ୍ୱାଳାରେ ଜଳିବାକୁ ଛାଡିଦେଇ

ତୁମେ ଭାତୃ ଆଜ୍ଞା ପାଳନ ଲାଗି ଚାଲିଗଲ ବନେ

ମୋ କଥା ତିଳେ ମାତ୍ର ନ ଭାବିଲ ତୁମ ମନେ?

ମୁଁ ଉର୍ମିଳା ପ୍ରତିଶୋଧ ନୁହେଁ ଦେଲି ସମ୍ମତି 

ସେଥିଲାଗି ତ ଆଜି ତୁମର ଏ ଖ୍ୟାତି। 


ସେଦିନ ପଶାଖେଳରେ ବାଜି ଲଗେଇଲ ମୋତେ

ମୋର ସ୍ୱୀକୃତିର ଆବଶ୍ଯକତା ଲୋଡି ନଥିଲ ତୁମେ

ମୁଁ କଣ ଗୋଟେ ଉପଭୋଗ୍ୟ ବସ୍ତୁ ?

ଚାହିଁଥିଲେ ନେଇପାରିଥାଆନ୍ତି ସେ ଅପମାନର ପ୍ରତିଶୋଧ

ମୁଁ ତ କିନ୍ତୁ ସ୍ତ୍ରୀ ଧର୍ମର ବେଡିରେ ବନ୍ଧା। 


ଯୋଗ ବଳରେ ମାତୃତ୍ୱ ଲାଭ କରି ପାଇଥିଲି ପୁତ୍ର

ସାରାଜୀବନ ସେ ନିଜର ପରିଚୟ ଲାଗି ହେଲା ହନ୍ତସନ୍ତ

ଆଖିସାମ୍ନାରେ ପୁତ୍ରକୁ ଦେଖିବି ମାତୃତ୍ୱକୁ ବଳିଦେଇ

ପ୍ରତିକ୍ଷଣ ପଶ୍ଚାତାପର ଅଗ୍ନିରେ ହେଉଥିଲି ଭସ୍ମୀଭୂତ। 

ପ୍ରତିଶୋଧ ନୂହେଁ ତ୍ୟାଗର ରଜ୍ଜୁରେ ମୁଁ ଛନ୍ଦା। 


ମୁଁ ନାରୀ ନିଏନି କେବେ କାହାଠାରୁ ପ୍ରତିଶୋଧ

ସେଥିଲାଗି ତ ପୁରୁଷ ସମାଜ ବିସ୍ତାରି ପାରେ ଆଧିପତ୍ୟ। 

ତେଣୁ ହେ ବିଜ୍ଞ ସମାଜ ନାରୀକୁ ଦିଅ ସମ୍ନାନ

ନାରୀକୁ ବାଧ୍ୟ କରନି ହେବାକୁ ପ୍ରତିଶୋଧ ପରାୟଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍