STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

ପ୍ରତିକ୍ଷା ର ନିଆଁ

ପ୍ରତିକ୍ଷା ର ନିଆଁ

1 min
3.0K

ସ୍ମୃତି ର ନିଆଁ ରେ ପ୍ରୀତି ମୋ ଜଳୁଛି    କୋରି ହୋଇଯାଏ ଛାତି

ଧାରା ଶିରାବଣ ଝର ପରି ଅଶ୍ରୁ          ଝରୁ ଅଛି ନିତି ନିତି

ଆହାକି ସରାଗେ ଇନ୍ଦ୍ର ଧନୁକୁ         ଆପଣାର କରି ନେଲି

କ୍ଷଣସ୍ଥାୟୀ ସେତ ଯାଣିମୁଁ ନଥିଲି       ନିମିଷେ ଗଲା ଉଭେଇ

ଆଜି ମୁଁ ଜଳୁଛି ନିଦାଘ ନିଆଁ ରେ         ଏବେ ଛଟପଟଉଛି 

ସ୍ମୃତି ର ନିଆଁ ରେ…….।।


ଖୋଜିଲେ ଅତୁରେ ଅପସରି ଯାଅ ଛାତି ତିନ୍ତେ ଲୁହ ଧାରେ

କଷାପଡେ ନାହିଁ ଆଖିରେ ମୋହର  ନିତି ତୁମ ପ୍ରତିକ୍ଷାରେ

କୋମଳ ହୃଦ ମୋ ଲଳିତ ମଧୁର  ପାଷାଣ ଛାତି ତୁମର

ତୁମେ କି ବୁଝିବ ପ୍ରତୀକ୍ଷାର ଅର୍ଥ  ଦୁଃଖ ଯେତେ ବିରହର

ଫୁଲେ ଦେଖି ମଧୁ-ମକ୍ଷୀ ପ୍ରଜାପତି   ଉଦାସ ହୁଅଇ ମତି

ସ୍ମୃତି ର ନିଆଁ ରେ…….।।


ମଳୟ ସମୀର ମୋ ଦେହ କୁ ଛୁଇଁ  କହିଥିଲା କେତେ କଥା

ଭାବିଥିଲି ଆହା କହି ଥାନ୍ତି ସେହି   ପ୍ରଣୟ ମଧୁର ଗାଥା

ଦରପୋଡା ମନ କଲବଲ ଖାଲି    ମାଦକତା ଯାଏ ଜଳି

ସପନ ରେ ଆସ ଥରକୁ ଥର ଗୋ  କ୍ଷଣକେ ଯାଅ ଉଭେଇ

କ୍ଳାନ୍ତ ଅବଶ ଶ୍ରାନ୍ତ ଶରୀର ମୋ    ନିରବେ କଟଇ ରାତି

ସ୍ମୃତି ର ନିଆଁ ରେ………।।


ତୁମେ ମୋ ହୃଦୟେ ଅଛ ରହିଥିବ   ସଂପର୍କ ର ସେତୁବନ୍ଧ

ଚିରକାଳ ପାଇଁ ବାନ୍ଧି ଦେଇଅଛି     କହୁଥିବ ଇତିହାସ

ମୋହଗ୍ରସ୍ତ ମନ ମାଦକତା ଭରା  କାମନା ର ପାପ ମୋହ

ଆଦର ସେନେହ ଖୋଜିଛି ସଖୀ ରେ ଖୋଜି ନାହିଁ ତୁମ ଦେହ

ନଶ୍ଵର ଶରୀର କାଲିକି ନଥିବ     ମନେରଖିଥିବ ସାଥି

ସ୍ମୃତି ର ନିଆଁ ରେ………।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍