STORYMIRROR

Alaka Dash

Others

3  

Alaka Dash

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
164


ସମୟର ଚକ ଗଡିଯାଏ 

ଅସ୍ତମିତ ରବିର ନାଲି ରେଣୁ ବୁଣି, 

ପ୍ରତୀକ୍ଷା ର ଦିଗବଳୟ ରେ 

ତୁମ ସେ କମନୀୟ ଛବି 

ମଜାଇ ଦିଏ ସର୍ବାଙ୍ଗ କୁ 

ସେଇ କଳା କଳା ଡୋଳା, 

ଚକା ଭଉଁରୀ ଆଖିରେ 

ମନ ମୋ ଭଉଁରୀ ଖେଳେ 

ସପନର ଦୋଳିରେ, 

ମୁଁ ନୁହେଁ ତୁମ ପ୍ରିୟ ବାନ୍ଧବୀ, 

ରାଧା, ମୀରା, ଲଳିତା, ବିଶାଖା 

ତଥାପି !!ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ 

ପ୍ରଶ୍ୱାସ ରୁ ନିଶ୍ୱାସ ଥିବା ଯାକେ 

ତୁମକୁ ଖୋଜୁଛି ଖୋଜୁଥିବି 

ଡ଼ାକୁଛି ଡାକୁଥିବି, 

ଶୋକାର୍ତ୍ତ, ବେଦନାକ୍ତ, ଅଶ୍ରୁସିକ୍ତ, 

ପାଷାଣ ଭାଗ୍ୟ ତଳୁ 

ଦିଅ ନାଥ, ବଢ଼ାଇ ଦିଅ ଥରେ 

ତୁମରି ଶ୍ରୀ ପୟର 

ଥୋଇ ଦିଅ, ଥୋଇ ଦିଅ 

ବିଡ଼ମ୍ବିତ ଭାଗ୍ୟରେ ମୋହର 

ମାଗୁନାହିଁ କିଛି ଅମୁଲ୍ୟ ରତନ 

ଅବା ବରଦାନ 

କେବଳ ଅଣୁ ଟିଏ, ରେଣୁ ଟିଏ 

ପଦ ଧୂଳି ବାଞ୍ଛା ମୋର 

ପ୍ରତୀକ୍ଷା.... ପ୍ରତୀକ୍ଷା 

କରେ ମୁଁ ତୁମକୁ 

ବାରମ୍ବାର 

ଆୟୁଷ ର ଶେଷ 

ନିଶ୍ୱାସ ଯାଏଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍