ପ୍ରତୀକ୍ଷା
ପ୍ରତୀକ୍ଷା
1 min
323
ଶୋକର ସକାଳେ
ମୋର ଭୋକର ଭୂଗୋଳ
ସନ୍ଧ୍ୟାରେ ଲୁହର ନାଏଗ୍ରା
ଭରିଅଛି ଫୁଜିୟାମା ଲାଭା ।
ମଧ୍ୟାହ୍ନେ ଭାବେ
ବାକି ଅଛି ଏ ଜୀବନ ପାଇଁ
କେତେ ଯେ ବହଳ ଅନ୍ଧାର
ଆଉ କେତେ ଖାଁ ଖାଁ ନୀରବତା
ପୁନ୍ୟରୁ ଶୁନ୍ୟୁକୁ
ପୁଣି ପାପରୁ ପବିତ୍ରତା ।
ନିଃଶବ୍ଦ ରାତ୍ରିରେ
କରେ ଅପଲକ ନୟନେ କାହାର' ପ୍ରତୀକ୍ଷା'
କାନ ଡେରେ ତା ଆସିବା ପାଦ ଶବ୍ଦ
ଭୟରେ ଶିହରୀ ଉଠେ ମୋ ସର୍ବାଙ୍ଗ
ହଠାତ୍ ସେ ଆସିଯିବ
ବିନା ନିମନ୍ତ୍ରଣେ
ବାତିନି କି ସୂଚନା ନ ଦେଇ ।