ପ୍ରତିଧ୍ବନି
ପ୍ରତିଧ୍ବନି
1 min
338
ମାଆର ପଣତ ଖୋଜିଲି ଯେବେ ମୁଁ
ପଣତେ ନଥିଲା ସ୍ଥାନ
ପଣତ ବୋଲି ମୁଁ ଦେଖିଲି ଯାହାକୁ
ଥିଲା ଏକ ଛିଣ୍ଡା କନା।
ତା ସ୍ତନରୁ କେବେ ଝରୁନି ଅମୃତ
ଝରୁଛି ଲହୁର ଶ୍ରାବ
ସେ ଲହୁକୁ ମୁହିଁ ପାନ କରୁଥିଲି
ଜନନୀ ଅଟଇ ଭବ।
ମାଆମାଆ ବୋଲି ଅନେକ ଡାକିଲି
ସବୁଜ ଶ୍ଯାମଳ ବନେ
ପ୍ରତିଧ୍ବନି ଖାଲି ଫେରିଆସୁଥିଲା
ପର୍ବତ ଗହ୍ବର କୋଣେ।
ମେଘକୁ ପଚାରି ବୁଝିଲି ମୁଁ ଯେବେ
ମାଆର ଠିକଣା ମୋର
ସମୀରକୁ ଡାକି କହିଥିଲି କାନେ
ଛୁଇଁଯିବୁ ଘର ଘର।
ସଭିଙ୍କୁ ତାକୋଳେ ସମଭାବାପନ୍ନ
ବାଣ୍ଟି ଚାଲିଥାଏ ପଡି
ବଡସାନ ଭାବି କରେନାହିଁ ଭେଦ
ଦିଏତ ସ୍ନେହ ଅଜାଡି।
