STORYMIRROR

Bunee Tripathy

Others

4  

Bunee Tripathy

Others

ପ୍ରତିଧ୍ବନି

ପ୍ରତିଧ୍ବନି

1 min
344

ମାଆର ପଣତ ଖୋଜିଲି ଯେବେ ମୁଁ

   ପଣତେ ନଥିଲା ସ୍ଥାନ

ପଣତ ବୋଲି ମୁଁ ଦେଖିଲି ଯାହାକୁ

   ଥିଲା ଏକ ଛିଣ୍ଡା କନା।


ତା ସ୍ତନରୁ କେବେ ଝରୁନି ଅମୃତ

   ଝରୁଛି ଲହୁର ଶ୍ରାବ

ସେ ଲହୁକୁ ମୁହିଁ ପାନ କରୁଥିଲି

   ଜନନୀ ଅଟଇ ଭବ।


ମାଆମାଆ ବୋଲି ଅନେକ ଡାକିଲି

   ସବୁଜ ଶ୍ଯାମଳ ବନେ

ପ୍ରତିଧ୍ବନି ଖାଲି ଫେରିଆସୁଥିଲା

   ପର୍ବତ ଗହ୍ବର କୋଣେ।


ମେଘକୁ ପଚାରି ବୁଝିଲି ମୁଁ ଯେବେ

   ମାଆର ଠିକଣା ମୋର

ସମୀରକୁ ଡାକି କହିଥିଲି କାନେ

   ଛୁଇଁଯିବୁ ଘର ଘର।


ସଭିଙ୍କୁ ତାକୋଳେ ସମଭାବାପନ୍ନ

   ବାଣ୍ଟି ଚାଲିଥାଏ ପଡି

ବଡସାନ ଭାବି କରେନାହିଁ ଭେଦ

    ଦିଏତ ସ୍ନେହ ଅଜାଡି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍