STORYMIRROR

Bharatabandhu Biswal

Others Children

3  

Bharatabandhu Biswal

Others Children

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
346


ବର୍ଷ ଆଦ୍ୟ ମାସ   ମାର୍ଗଶୀର ଶୀର୍ଷ

      କୃଷ୍ଣ ପ୍ରଥମ ଅଷ୍ଟମୀ

ପଢୁଆଁ ହୁଅନ୍ତି     ପୁଅ ହେଉ ଝିଅ

    ବଡ଼ ଯିଏ ବ°ଶେ ଜନ୍ମି ।

ମାମୁଁ ଘରୁ ଆସେ   ନୂତନ ପୋଷାକ

     ମିଷ୍ଟାନ୍ନ ଅନ୍ୟ ସାମଗ୍ରୀ

ହଳଦୀ ପତ୍ରରେ    ସ୍ୱତନ୍ତ୍ର ଏଣ୍ଡୁରୀ

    କରାଯାଏ ବାମ୍ଫୁଆଣୀ ।

ଛେନା ଓ ନଡିଆ   ଗୁଡେ ସୁଆଦିଆ

     ପୁରଦିଆ ପିଠା ଲମ୍ବ

ପ୍ରଥମାଷ୍ଟମୀର     ବିଶେଷ ମହତ୍ତ୍ଵ

    ସ୍ୱାସ୍ଥ୍ୟ ପାଇଁ ହିତକର ।

ଦିଅଁଙ୍କ ସମୀପେ   ଜ୍ୟେଷ୍ଠ ସୁତା ସୁତ

     କରନ୍ତି ଉପବେଶନ

ପଞ୍ଚ ଶସ୍ୟ ପତ୍ରେ    କଳସ ବରୁଣ

    କରନ୍ତି ମାତା ପୂଜନ ।

ମୁଣ୍ଡରେ ଚନ୍ଦନ  କାନେ ଖୋସି ଫୁଲ

    ଷଠୀମାତାଙ୍କୁ ସୁମରି

ମାତାଏ କରନ୍ତି    ଅର୍ଘ୍ୟ ବନ୍ଦାପନା

    ଦୀର୍ଘ ଆୟୁ ସୁମନାସି ।

ମାତାପିତା ଇଷ୍ଟ    ଗୁରୁ ଗୁରୁଜନ

     ପଦେ କରି ପ୍ରଣିପାତ

ଲଭନ୍ତି ସନ୍ତାନ   କଲ୍ୟାଣ ଆଶିଷ

    ବୋଧ ଉତ୍ତର ଦାୟିତ୍ୱ ।

ଆମ ସ°ସ୍କୃତିରେ   ପାପ ବିନାଶିନୀ

     ଅଟେ ପ୍ରଥମ ଅଷ୍ଟମୀ

ପ୍ରଭୁ ଲିଙ୍ଗରାଜ    ଯାତ ଅନୁକୂଳ

   ଶୁଭପର୍ବ ସୈ।ଭାଗିନୀ ।


Rate this content
Log in