Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Others

3  

Anita Jena

Others

ପ୍ରଥମ ସ୍ପର୍ଶ

ପ୍ରଥମ ସ୍ପର୍ଶ

1 min
231


ପ୍ରଥମ ସ୍ପର୍ଶ ମାଆର 

   ଦିଏ ସ୍ୱର୍ଗର ଖୁସି,

ପ୍ରଥମ ସ୍ପର୍ଶ ଶିଶୁର 

   ମାଆ ମନ ନିଏ ତୋଷି ।


ପ୍ରଥମ ସ୍ପର୍ଶ ମୌସୁମୀର 

   ଆଣେ ନୂଆ ସମ୍ଭାର,

ପ୍ରଥମ ସ୍ପର୍ଶ ଗ୍ରୀଷ୍ମର 

  ଖେଳାଏ ଆଲୋକ ଦିବ୍ୟର ।


ପ୍ରଥମ ସ୍ପର୍ଶ ଜ୍ଞାନର 

  ମନେ ଖେଳାଏ ଜିଜ୍ଞାସାର ଆଲୋଡନ,

ପ୍ରଥମ ସ୍ପର୍ଶ ପ୍ରେମର 

 ଖେଳାଏ ଦେହେ ଅପୂର୍ବ ଶିହରଣ ।


ପ୍ରଥମ ସ୍ପର୍ଶ ସପନର 

  ମନେ ବାନ୍ଧେ ଅସରନ୍ତି ଆଶା,

ପ୍ରଥମ ସ୍ପର୍ଶ ବିଜୟର

  ମେଣ୍ଟାଏ ଅନେକ କଷ୍ଟର ତୃଷ୍ଣା ।


ପ୍ରଥମ ସ୍ପର୍ଶ ପରାଜୟର

  ମନେ ଖେଳାଏ ବିଷାଦର ଛାୟା,

ପ୍ରଥମ ସ୍ପର୍ଶ ମିଳନର 

  ଲଗାଏ ମନେ ନିଆଁ ।


ପ୍ରଥମ ସ୍ପର୍ଶ ଦହନର 

  ଜାଳି ପୋଡ଼ି ଦିଏ ସ୍ୱପ୍ନର ଘର,

ପ୍ରଥମ ସ୍ପର୍ଶ ବିଚ୍ଛେଦର 

  ହୃଦୟ କୁ ଦିଏ ଯନ୍ତ୍ରଣାର ଉପହାର ।


ପ୍ରଥମ ସ୍ପର୍ଶ ଆନନ୍ଦର 

 ଓଠେ ଖେଳାଏ ଅପୂର୍ବ ଲହରୀ,

ପ୍ରଥମ ସ୍ପର୍ଶ ଲୁହର 

 ଭିଜା ଏ ଆଖିକୁ ଖୁସି ଯାଏ ହାରି 



Rate this content
Log in