ପ୍ରଥମ ଛୁଆଁ
ପ୍ରଥମ ଛୁଆଁ
ଅନ୍ଧାରୀ ଆଶ୍ରମୁ ମଥାକୁ ଖୋଲିଲି,
ଲାଗିଲା ଟିକେ ଛାନିଆଁ,
କାନ୍ଦିଲି ଯେମିତି ତୁନି କଲା ଯିଏ
ଜାଣିଲି ସେ କାଳେ ମାଆ,,
ଦେଖିଲି ସାରା ଦୁନିଆଁ, ପାଇଲି ନୂତନ କାୟା....
ଖୁସି ହୋଇଗଲି, କେତେ କଣ ଭାବି....
ଧନ୍ୟ ମୋ ପ୍ରଥମ ଛୁଆଁ..........୧।
ଆସିଲା ସରାଗ ଶୈଶବ ର ବେଳ,
ଯେ ଦେଖେ କରିଲା କୋଳ,
ଖିଲି ଖିଲି ହସ କରିଲା ବେହୋସ
ଭେଇଲି ସଂସାର ଭୋଳ,,
ସାଉଁଟିଲି ମିଛ କାନ୍ଦ , ବୁଣିଲି ମମତା ଫାନ୍ଦ....
ଛାତି ଫାଟିଯାଏ କଲିଜା ଥରାଏ....
ବିକଳ ବୁକୁରେ ହିଆ.....
ଧନ୍ୟ ସେ ପ୍ରଥମ ଛୁଆଁ..........୨
ଆଦ୍ୟ ବାଲ୍ୟାବସ୍ଥା ନେଲା ଯେ ବିଦାୟ
ଆସିଲା ପ୍ରାନ୍ତ ର ପାଳି,
ପ୍ରାନ୍ତ ବାଲ୍ୟାବସ୍ଥା କରିଲା ହିନସ୍ତା,
ଡରାଇ ବିଦ୍ୟା ଶିକୁଳି,,
ମାଡ଼ ଗାଳି ସତେ, ମୋଫତ ରେ ଯେତେ,....
ଟିକେ ବଡ଼ ଯିଏ , ବାବୁଆନା କହେ,....
ଡ଼ରାଏ ବେତ ର ନାଁଆ...
ଧନ୍ୟ ସେ ପ୍ରଥମ ଛୁଆଁ.......୩
କୈଶୋର ଆସିଲା କୁହୁଳି କୁହୁଳି,
ଗାଇ ଗୁପତ ଗାରିମା,
କାନେ ଚୁପି ଚୁପି, ଶୂନ୍ୟତା କୁ ମାପି,
ଖୋଜିଗଲା ମନରୋମା,
ଲଗାଇ ମହନି ପ୍ରେମର ଗଢଣି....
ବାକିସବୁ ଭୁଲି, କାମାନ୍ଧରେ ଚାଲି....
ଗଢ଼ିଲା ନୂଆ ଦୁନିଆଁ....
ଧନ୍ୟ ସେ ପ୍ରଥମ ଛୁଆଁ.......୪
ସନ୍ତାନ ସନ୍ତତି ଧନ କନ୍ୟା ଚିନ୍ତି
କରିଗଲା ମହାପାପ,
ସଂସାର ଜଞ୍ଜାଳ, ମତ୍ତ ସେ ପ୍ରବଳ
ଲଭିଲା ଈଶ୍ୱର କୋପ,,
ରକ୍ତ ବୀର୍ଯ୍ୟ ଧାର, ପାଲଟି ବ୍ୟାଧିର....
ମହାମୃତ୍ୟୁ ସହ ଲଢ଼ି ମହାଘୋର....
ହେଜିଲା ଅତୀତ କିଆଁ...?
ଭାଳେ ସେ ପ୍ରଥମ ଛୁଆଁ........୫
ଆସିଥିଲା ଚିନ୍ତି ସେ ପୁଣ୍ୟବ୍ରତ
ପାଳିଲା ସ୍ୱାର୍ଥ ସୁରକ୍ଷା,
ଶେଷ ସମୟରେ ନିର୍ଲଜ୍ୟା ଯେସନ
ପ୍ରଭୁହେ କରିବ ରକ୍ଷା,,
ଦାହ ହେଉ ମୋର ,ପ୍ରତି ପାପାଚାର
ପ୍ରତୀକ୍ଷା କରିବି ପାଶୋରି କାମିନୀ....
ଆଉ ପୁନର୍ବାର ଭୂଲ୍ କରିବିନି....
ଭଜିବି ହରି ତୋ ନାଆଁ....
ଜଳିଲା ମଶାଣୀ ନିଆଁ....
ଧିକ୍ ସେ ପ୍ରଥମ ଛୁଆଁ....
ଧିକ ମୋ ଏନ୍ତୁଡ଼ି ନିଆଁ.....୬। ବିଜୟ।
