ପ୍ରତାରଣା
ପ୍ରତାରଣା
ଯଦିଓ ସମ୍ପର୍କର ଚଟାଣ ଟା ଫାଟି ଯାଇଥାଏ
ତଥାପି ଅଶାର ଶେଷ ସଳିତା ଟି ଜଳୁଥିଲା ଦିଗ ଦିଗ ହେଇ
ସମ୍ପୂର୍ଣ୍ଣ ଲିଭିବା ଆଗରୁ
କାହିଁ କେତେ ଯତ୍ନ ଆଦର
ପୁଳା ପୁଳା ସ୍ନେହ
ଗଦ ଗଦ ହେଉଥିବା ପ୍ରୀତି
ସବୁ ଥିଲା ଯେ ଯାହା ଜାଗାରେ
ଭାବନା ର ସମତଳ ଭୂଇଁ ରେ
ଭଲ ପାଇବାର ଚାରା ସବୁ ରୋପି ହେଇଯାଇଥିଲା
ଆପଣା ଛାଏଁ ନିଜ ଅଜାଣତେ କେତେ ବେଳେ କେଜାଣି
ପରିବେଶ ପରିସ୍ଥିତି ସବୁ ଥିଲା ନିଜ କରାୟତରେ
ମୁହଁରେ ପ୍ରୀତି ରଙ୍ଗ
ମନରେ ଭାବର ଭାଙ୍ଗ
ହୃଦୟେ ଛନ୍ଦର ସଙ୍ଗ
ସୃଷ୍ଟି କରୁଥିଲା ମତୁଆଲା ହେବାର ସମସ୍ତ ରାଗ
ଠିକ ସେତିକି ବେଳେ ପ୍ରଚଣ୍ଡ ଏକ ବିସ୍ଫୋରଣ
ଆଖି କାନ ବୁଜି ଠିଆ ହେଇଥିଲି
ପୁଣି ସେଇ ଭାବନାର ସମତଳ ଭୂଇଁ ରେ
ଏଥର କିନ୍ତୁ ଦୃଶ୍ୟ ପରିବର୍ତ୍ତିତ ହେଇ ସାରିଥିଲା
ମୋ ପାଖେ ଠିଆ ହେଇଥିବା ବିଶେଷ ବୋଲାଉଥିବା ମଣିଷ
ଉଭା ହେଇ ହେଇସାରିଥିଲା
ଆଗକୁ ଯିବା ର ଦ୍ଵାହି ଦେଇ
ଯିବା ପୂର୍ବରୁ ନେଇଗଲା ମୋ ବଳକା ଆୟୁଷ
ମରି ଯାଇଥିବା ମନ ଆଉ ହୃଦୟ ର ଫମ୍ପା ଶବ୍ଦ ସବୁ
ମୁଁ ଠିଆ ହେଇଥିଲି ସେଇଠି
ସେଇଠି ହେଉଁଥି ଆମେ ଆରମ୍ଭ କରିଥିଲୁ ସମ୍ପର୍କ ର
ପ୍ରଥମ ଓଁ କାର ====
ପ୍ରତାରଣା
ବିଶେଷ କିଛି ନହେଲେ ବି
କିଛି କମ ନଥିଲା
ବଡ଼ ରଚନା ନ ହେଲେ ବି
ଛୋଟିଆ ଶୋକ କବିତା ଥିଲା ନିଶ୍ଚେ
