ପ୍ରତାରକ
ପ୍ରତାରକ


ସୁନ୍ଦର ଅଭିନୟ ତୁମ
ପାରିଲି ନାହିଁ ବୁଝି,
ଦେଲ ଯେଉଁ ଉପହାର ଛଳନାର
କେବେ ପାରିବି ନାହିଁ ସୁଝି ।
ଅଭିନୟର ମାୟା ଜାଲରେ
ଏମିତି ଗଲି ଫସି ,
ଆପଣା ଲୋକଙ୍କ ପ୍ରେମ
ଲାଗିଲା ତ ବାସି ।
ଢଳି ଗଲା ମନ ଦେଖି ତୁମ
ପ୍ରେମର ଅଭିନୟ,
ବିଶ୍ୱାସ ନେଲ ଜିଣି
ସାଜି ମୋର ପ୍ରିୟ ।
ଅବଗତ ନ ଥିଲି ଯେ କେବେ
ତୁମ ଛଳନାର ,
ସୁନ୍ଦର ଏ ଚେହେରା ତଳେ ଲୁଚି ଥିଲା
ହୃଦୟ ଏକ ରାକ୍ଷସର ।
ମିଛ ଏକ ସ୍ୱପ୍ନର ଦୁନିଆ
ଦେଖାଇ କିଣି ନେଲ ମନ,
ପ୍ରତାରକ ସାଜି ପରେ
ଭାଙ୍ଗି ଦେଲ ସବୁ ସ୍ବପ୍ନ ।
ପ୍ରେମ ମୋ ପାଇଁ ଆଜି
ସାଜିଛି ଜହର,
ଲାଗେ ଭାରି ଦୋଷୀ ଦୋଷୀ ସତେ
ସବୁ ଭୁଲ ଥିଲା ମୋର ।
ଜାଣି ଜାଣି କଣ୍ଟାର ରାସ୍ତାରେ
ପାଦ ମୁଁ କିଆଁ ଦେଲି,
ନିଜ ପାଇଁ ନିଜେ ଆଜି
ବିରହୀଣି ସାଜିଲି ।
ସତରେ କେତେ ନିଖୁଣ ଅଭିନୟ
କଲ ତୁମେ ଭଲ ପାଇବାର
ସବୁ କିଛି ଦେଇ ଥିଲ ଭୁଲେଇ
ସାଜି ପ୍ରେମିକ ପ୍ରବର ।
ମୋ ନିଃସ୍ୱାର୍ଥ ଭଲ ପାଇବାର
ଦେଲ ଏହି ଉପହାର,
ଆଜି ମୁଁ ଜାଳୁଛି ପ୍ରେମର ଦିପାଳି
ଆଖି ଲୁହରେ ମୋର ।
ଭାବିଥିଲି ନୁହେଁ ତୁମେ ସେ
ସ୍ୱାର୍ଥପର ପ୍ରତାରକ ପ୍ରେମିକ,
ରାତି ମୋର ପାହେ ଲୁହ ଭିଜା ଆଖିରେ
ଖୁସି ମୋର ସବୁ ସୁପ୍ତ ପ୍ରାୟ । । ।