STORYMIRROR

BANANIBALA NAIK

Others

4  

BANANIBALA NAIK

Others

ପର୍ଶୁରାମ

ପର୍ଶୁରାମ

1 min
384


ଧରଣୀ ର ଭାର ଉଶ୍ୱାସିବା ପାଇଁ

ନର ରୂପେ ନାରାୟଣ,

ଯୁଗେ ଯୁଗେ ପ୍ରଭୁ ନର ଦେହେ ଧରି

କରନ୍ତି ଅବତରଣ ।।

ଦିବ୍ୟ ଶାସ୍ତ୍ର ମତେ ଚାରି ଯୁଗ ମଧ୍ୟେ

ଦଶ ଅବତାର ଧରି, 

ଅସତ୍ୟ ବିନାଶି ଧର୍ମ ସଂସ୍ଥାପନ

କରିଛନ୍ତି ଚକ୍ରଧାରୀ ।।

ଷଷ୍ଠ ଅବତାରେ ପର୍ଶୁରାମ ରୂପେ

ଅକ୍ଷୟ ତୃତୀୟା ଦିନ,

ଭୃଗୁ ବଂଶଧର ଜମଦଗ୍ନି ସୁତ

ରେଣୁକା କୋଳ ମଣ୍ଡନ ।।

କ୍ରୋଧିତ ସ୍ଵଭାବ ଥିଲେ ବାଲ୍ୟ କାଳୁ 

ପିତା ଙ୍କ ପଞ୍ଚମ ସୁତ,

ନାରାୟଣଙ୍କ ର ଅବତାର ରୂପେ

ମର୍ତ୍ତ୍ୟରେ ହେଲେ ସମ୍ଭୂତ ।।

ମହାଦେବଙ୍କ ର ପରମ ଶିଷ୍ୟ ସେ

ବାଲ୍ୟ ନାମ ଥିଲା "ରାମ",

ମହାଦେବ ଠାରୁ ପର୍ଶୁ ଟିଏ ଲଭି

ନାମ ହେଲା "ପର୍ଶୁରାମ" ।।

ପିତା ଆଜ୍ଞା ପାଇ ମାତା ଭ୍ରାତାଙ୍କ ର

କରିଲେ ମଥା ଛେଦନ,

ପିତା ଯାଚିଦେଲେ ମାଗିନିଅ ବର 

ହେ ମୋର ପ୍ରିୟ ନନ୍ଦନ ।।

ମାତା ଭ୍ରାତାଙ୍କ ର ପୁନର୍ଜୀବନ ର

ମାଗିଲେ ସେ ବରଦାନ,

କମଣ୍ଡଳୁ ଜଳ ଛିଞ୍ଚି ଜମଦଗ୍ନି 

ସଭିଙ୍କୁ ଦେଲେ ଜୀବନ ।।

ନିଜ ମାତା ମଥା କାଟିଥିବା ହେତୁ

ପାପ ଭାର ହେଲା ଭାରି,

ପାପୁ ମୁକ୍ତି ଲାଭ କଲେ ପର୍ଶୁରାମ

ବାର ବର୍ଷ ତପ କରି ।।

ରଚିକା ପର୍ବତେ ଦିବ୍ୟ ଶକ୍ତି ଏକ

ଅନୁଭବ କରିଥିଲେ ,

ନିଜ ହସ୍ତେ ଗଢ଼ି ମାତାଙ୍କ ପ୍ରତିମା

ସେଠାରେ ସ୍ଥାପନା କଲେ ।।

ସହସ୍ର ବାହୁ ଙ୍କ ପୁତ୍ର ମାନେ ଯେବେ

ଜମଦଗ୍ନି ଙ୍କୁ ବଧିଲେ,

କ୍ରୋଧେ ପର୍ଶୁରାମ ଏକୋଇଶ ଥର

ଧରା ନିକ୍ଷତ୍ରି କରିଲେ ।।

ବିଶ୍ୱାସାନୁସାରେ ଚିରଞ୍ଜିବୀ ସିଏ

ଛନ୍ତି କଳ୍ପକଳ୍ପ ଧରି,

ହିମାଳୟେ ଛନ୍ତି ଗୁପ୍ତ କଳେବରେ

ନିତ୍ୟ ତପସ୍ୟା ଆଚରି ।।



Rate this content
Log in